ରାଜ୍ୟରେ ବଢିବ କୋଭିଡ୍ ଟେଷ୍ଟ

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଖ୍ୟା । ଜୁଲାଇ ମାସରେ କରୋନା ଟେଷ୍ଟ ବଢାଯିବ । ଏସସିବି, ଆଇସିଏମଆର, ଆଇଏଲଏସରେ ଟେଷ୍ଟ ବଢାଯିବ । ୭ଟି ମେଡିକାଲ କଲେଜରେ ୧୫୦ରୁ ୨ ଶହ ଟେଷ୍ଟ କରାଯିବ । ଝାରସୁଗୁଡା, କେନ୍ଦୁଝର, ଅନୁଗୋଳ, ପୁରୀ ଏବଂ କଳାହାଣ୍ଡିରେ ଏହି ଟେଷ୍ଟ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

ରାଜ୍ୟରେ ଆଣ୍ଟିବଡି, ଆଣ୍ଟିଜେନ ଏବଂ ସେରୋଲୋଜିକାଲ ସର୍ଭେ କରାଯିବ । ଏଥିପାଇଁ ୫୦,୦୦୦ କିଟ୍ ଅର୍ଡର କରାଯାଇଛି । ଆସନ୍ତା ସପ୍ତାହରୁ ଏହି କିଟ୍ ମାଧ୍ୟମରେ ଟେଷ୍ଟ ହେବ । ପୁରୀ, ଗଞ୍ଜାମ, ଗଜପତି, ଭୁବନେଶ୍ବର ଏବଂ ବଡମ୍ବା ନରସିଂହପୁରରେ ସେରୋଲୋଜିକାଲ ସର୍ଭେ କରାଯିବ । ଆସନ୍ତା ସପ୍ତାହରେ ଏହି ସର୍ଭେ ଆରମ୍ଭ ହେବ ।

ପ୍ରଥମେ ପୁରୀରୁ ଏହି ସର୍ଭେ ଆରମ୍ଭ ହେବ । ତାପରେ ଭୁବନେଶ୍ବର, ଗଞ୍ଜାମ, ଗଜପତି ଏବଂ ଶେଷରେ ବଡମ୍ବା ନରସିଂହପୁରରେ ସର୍ଭେ କରାଯିବ ।

Leave a Reply

Your email address will not be published. Required fields are marked *