ହାତୀ ଛୁଆ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ ; ଶିକାରୀ ଗିରଫ
ରାଉରକେଲା, (ଓଡିଶା ଟାଇମ୍) : ଚାରି ମାସର ହାତୀ ଛୁଆକୁ ହତ୍ୟା କରିଥିବା ଅଭିଯୋଗରେ ଆଜି ବନ ବିଭାଗ ଅଭିଯୁକ୍ତ ଶିକାରୀକୁ ଗିରଫ କରିଛି। ଅଭିଯୁକ୍ତ ହେଲେ ପିତମହଲ ଗାଁର ରୁପୁ ବାରଲା(୩୭)। ତାଙ୍କଠାରୁ ବହୁ ପରିମାଣର ବନ୍ତଜନ୍ତୁର ସିଙ୍ଗ,ଧନୁ ତୀର, ହରିଣ ଶିଙ୍ଗ, ଦାନ୍ତ, ଫାସ ଆଦି ଜବତ ହୋଇଛି। ବାରହାକୁ ମାରିବା ଉଦ୍ଦେଶ୍ୟରେ ଫାଶ ଲଗାଇଥିଲେ ଶିକାରୀ। ଏହି ମାମଲାରେ ବନ ବିଭାଗ ତଦନ୍ତ ଜାରି ରଖିଥିବା ଡି ଏଫ ଓ ସଞ୍ଜୟ ସ୍ୱାଇଁ ସୂଚନା ଦେଇଛନ୍ତି।
ସୂଚନାଅନୁସାରେ, ଗତ ୧୨ତାରିଖ ଦିନ ରାଉରକେଲା କୁଆଁରମୁଣ୍ଡା ବ୍ଲକ ସାନଡୋଲା କୁଦର ଏକ ହାତୀ ଛୁଆର ମୃତ୍ୟୁ ହୋଇଥିଲା। ଆଜି ଶିକାରୀ ଗିରଫ ହେବା ପରେ ତା’ ସହ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିଙ୍କ ସମ୍ପର୍କରେ ତଦନ୍ତ କରାଯାଉଥିବା ରାଉରକେଲା ବନ ବିଭାଗ ଅଧିକାରୀ ସଞ୍ଜୟ କୁମାର ସ୍ୱାଇଁ କହିଛନ୍ତି । ଉକ୍ତ ଶିକାରୀକୁ ଧରିବା ପାଇଁ ୪ଟି ଟିମ ନିୟୋଜିତ ହୋଇଥିଲା। ଶିକାରୀ ଘରୁ ହରିଣ ସିଙ୍ଗ, ବନ୍ୟ ପ୍ରାଣୀ ଧରିବା ପାଇଁ ଫାସ ଜବତ କରାଯାଇଥବା ଶ୍ରୀ ସ୍ୱାଇଁ କହିଛନ୍ତି।