ଏସବିଆଇ ବ୍ୟାଙ୍କ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ
ଗଜପତି, (ଓଡିଶା ଟାଇମ୍) : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାକୁ ସିଲ୍ କରାଯାଇଛି । ବ୍ୟାଙ୍କର ଜଣେ କର୍ମଚାରୀ କରୋନା ଚିହ୍ନଟ ହେବା ପରେ ବ୍ୟାଙ୍କକୁ ସିଲ୍ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାଙ୍କ୍ କୁ ସିଲ୍ କରାଯାଇଛି ।ଗଜପତି ଜିଲ୍ଲାପାଳ ଅନୁପମ ସାହା କହିଛନ୍ତି ଯେ, ଏସବିଆଇ ମୁଖ୍ୟ ଶାଖା ପରିଚାଳକ କିଛି ଦିନ ପୂର୍ବରୁ ଅସୁସ୍ଥ ହେବା ପରେ ଭୁବନେଶ୍ୱରରେ ରହିଥିଲେ। ଭୁବନେଶ୍ୱରରେ ରହିବା ସମୟରେ ତାଙ୍କ କୋଭିଡ ପରୀକ୍ଷା ହୋଇଥିଲା। ଆଉ ଏହି ରିପୋର୍ଟ ଆଜି ପଜିଟିଭ ଆସିଛି।
କରୋନା ଆକ୍ରାନ୍ତ ହୋଇଥିବା ଏସବିଆଇ ମ୍ୟାନେଜର ପାରଳାଖେମୁଣ୍ଡିର ଏହି ଉଭୟ ଶାଖା ପରିଦର୍ଶନ କରୁଥିଲେ। ତେଣୁ ଏହି ବ୍ୟାଙ୍କରେ ଲୋକଙ୍କ ପ୍ରବେଶକୁ ରୋକିବା ପାଇଁ ଉଭୟ କାର୍ଯ୍ୟାଳୟକୁ ସିଲ୍ କରି ଦିଆଯାଇଛି। ଦୁଇଟି ବ୍ୟାଙ୍କ ଶାଖାକୁ ସମ୍ପୂର୍ଣ୍ଣ ଭାବେ ସାନିଟାଇଜ କରାଯାଉଛି। ଏଥିସହିତ ଦୁଇଟି ଏସବିଆଇ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ଘରେ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି। ସମସ୍ତଙ୍କ କୋଭିଡ-୧୯ ପରୀକ୍ଷା କରାଯିବା ପାଇଁ ସ୍ୱାବ ସଂଗ୍ରହ କରି ପଠା ଯାଇଛି।