ଖୋଲିଲା ହୀରାକୁଦ ଜଳଭଣ୍ଡାର ଗେଟ୍‌

ହୀରାକୁଦ, (ଓଡିଶା ଟାଇମ୍) : ଖୋଲିଲା ହୀରାକୁଦ ଜଳଭଣ୍ଡାରର ଗେଟ୍ । ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯାଇଛି । ଆଜି ପୂଜାର୍ଚ୍ଚନା ପରେ ପ୍ରଥମେ ୪ଟି ଗେଟ୍ ଖୋଲାଯାଇଛି। ଏହାପରେ ପର୍ଯ୍ୟାୟକ୍ରମେ ୧୦ଟି ଗେଟ୍ ଖୋଲାଯିବ। ଏଥିପାଇଁ ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା । ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା। ପରେ ପରେ ଆଉ ୪ଟି ଗେଟ୍ ଖୋଲିଲା। ବର୍ତ୍ତମାନ ୫ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି।

ଉପରମୁଣ୍ଡରେ ବର୍ଷା ଯୋଗୁ ଜଳସ୍ତର ବଢି ଚାଲିଥିବାରୁ ଗେଟ୍ ଖୋଲା ଯାଇଛି । ଏହା ପୂର୍ବରୁ ମହାନଦୀ ଅବବାହିକାରେ ବସବାସ କରୁଥିବା ଜନସାଧାରଣଙ୍କ ସୁରକ୍ଷା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଛି ।
ସୂଚନାଥାଉ କି, ହୀରାକୁଦ ଜଳଭଣ୍ଡାରରେ ୬୧୬ ଫୁଟ ଜଳ ଥିବାବେଳେ ଏହାର ଜଳଧାରଣ କ୍ଷମତା ୬୩୦ ଫୁଟ୍ ରହିଛି।

Leave a Reply

Your email address will not be published.