ରାଜ୍ୟ ପାଇଁ ଭଲ ଖବର, ଆଉ ୧୩୫ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟ ପାଇଁ ଭଲ ଖବର । ରାଜ୍ଯରେ ଆଜି ଆଉ  ୧୩୫ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୪୧୨୩କୁ ବୃଦ୍ଧି ପାଇଛି ।

ସୁସ୍ଥ ହୋଇଥିବା ୧୩୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୪୯, ଖୋର୍ଦ୍ଧାରୁ ୧୯, କଳାହାଣ୍ଡିରୁ ୧୬, ଜଗିସିଂହପୁରରୁ ୧୪, ବାଲେଶ୍ୱରରୁ ୭, କଟକରୁ ୬, ଅନୁଗୁଳରୁ ୪, ଯାଜପୁରରୁ ୪, ପୁରୀରୁ ୪, ସୁନ୍ଦରଗଡ଼ରୁ ୩, କେନ୍ଦୁଝରରୁ ୨, କେନ୍ଦ୍ରାପଡ଼ାରୁ ୨, ବରଗଡ଼, ଭଦ୍ରକ, ଝାରସୁଗୁଡ଼ା, ମୟୁରଭଞ୍ଜ ଓ ସମ୍ବଲପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published.