ମିଜୋରାମରେ ୪.୧ ତୀବ୍ରତାର ଭୂମିକମ୍ପ : ଫାଟିଲା ରାସ୍ତା
ମିଜୋରାମ୍, (ଓଡିଶା ଟାଇମ୍) : ଆଜି ଭୂକମ୍ପ ଯୋଗୁଁ ପୁଣି ଥରେ ଥରିଲା ରାଜ୍ୟ । ଭୂକମ୍ପ କେନ୍ଦ୍ର (ଏନସିଏସ୍) କହିଛି ଯେ ମିଫୋରମରେ ଆଜି ସକାଳ ୮ଟା ୨ମିନିଟ୍ ରେ ଚମ୍ପଇର ଦକ୍ଷିଣ-ପଶ୍ଚିମ ଚମ୍ପଇଠାରୁ ୩୧ କିଲୋମିଟର ଦକ୍ଷିଣରେ ଥିବା ରିକ୍ଟର ସ୍କେଲରେ ୪.୧ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି ।
ଏହାପୂର୍ବରୁ ମଙ୍ଗଳବାର ସକାଳ ୧୧ଟା ୩୩ ମିନିଟ୍ ରେ ମିଜୋରାମରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏନସିଏସ୍ ଅନୁଯାୟୀ, ରିକ୍ଟର ସ୍କେଲରେ ତୀବ୍ରତା ୩.୨ ଏବଂ ଭୂକମ୍ପର କେନ୍ଦ୍ରସ୍ଥଳ ଚମ୍ପାଇ ଜିଲ୍ଲାରୁ ୭୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବରେ ଥିଲା ।
ସେହିପରି ସୋମବାର ସକାଳେ ୫.୩ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହା ଦ୍ବାରା ରାସ୍ତାରେ ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇଥିଲା । ରାଜ୍ୟ ଭୂବିଜ୍ଞାନ ଏବଂ ଖଣିଜ ସମ୍ପଦ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇନାହିଁ।