ଭୁବନେଶ୍ୱରରୁ ଆଜି ୨କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ଵର, (ଓଡିଶା ଟାଇମ୍) : ଆଜି ରାଜ୍ୟରେ ୧୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣ ଭୁବନେଶ୍ୱରର ହୋଇଥିବା ଜଣାପଡ଼ିଛି । ଦୁଇ ଜଣଙ୍କ ମଧ୍ୟରୁ ଜଣେ ସାଙ୍ଗରୋଧ କେନ୍ଦ୍ରର ଓ ଅନ୍ୟ ଜଣେ ସ୍ଥାନୀୟ ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଜୟଦେବ ବିହାରର ୩୯ ବର୍ଷୀୟ ଯୁବକ ଓ ସେ ନିକଟରେ ମୁମ୍ବାଇରୁ ଫେରିଥିଲେ ।

ସେହିପରି ଅନ୍ୟ ଜଣକ ଶରଣପଲ୍ଲୀ ୱାର୍ଡ଼-୨୬ର ଜଣେ ୩୦ ବର୍ଷୀୟ ଯୁବକ । ସେ ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ।

ସେହିପରି କଟକରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ଘର ଝାଞ୍ଜିରିମଙ୍ଗଳା ଅଞ୍ଚଳରେ। ତାଙ୍କ ବୟସ ୨୩ ବର୍ଷ ଓ କିଛି ଦିନ ତଳେ ସେ ଚେନ୍ନାଇରୁ ଫେରିଥିଲେ।

ଅନ୍ୟପକ୍ଷେ, ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଘର ମହାନଦୀବିହାର ଅଞ୍ଚଳରେ। ସମ୍ପୃକ୍ତ ବ୍ୟକ୍ତିଙ୍କ ବୟସ ୮୦ ବର୍ଷ।

Leave a Reply

Your email address will not be published.