ଚାନ୍ଦୁଆ ସହର ପିପିଲିକୁ ଗଡିବ ମୋ’ବସ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଜୁନ୍ ୨୩ ତାରିଖରୁ ପିପିଲି ଦେଇ ଯିବ ମୋ’ ବସ୍‌। ଏହି ଦିନ କ୍ରୁଟ୍ ଏକ ନୁଆ ରୁଟ୍ ଆରମ୍ଭ କରୁଥିବା ସୂଚନା ଦେଇଛି। ଏହି ରୁଟ୍‌ର ନାଁ ଦିଆଯାଇଛି ରୁଟ୍ ନଂ – ୩୩ । ଏହି ରୁଟ୍‌ରେ ନିର୍ଦ୍ଧାରିତ ମୋ’ବସ୍ ଭୁବନେଶ୍ୱର ରେଲୱେ ଷ୍ଟେସନ (ମାଷ୍ଟରକ୍ୟାଣ୍ଟିନ) କୁ ଚାନ୍ଦୁଆ ସହର ପିପିଲିକୁ ସଂଯୋଗ କରିବ । ଏହି ରୁଟ୍‌ର ଦୂରତା ୨୪.୮ କି.ମି. ।

କ୍ରୁଟ୍ ପ୍ରବନ୍ଧକ ଦିପ୍ତି ମହାପାତ୍ର ଏନେଇ ଆବଶ୍ୟକ ସୂଚନା ଦେଇ କହିଛନ୍ତି ଯେ, “ମୋବସ ପିପିଲିକୁ ଚଲାଇବା ପାଇଁ ବହୁ ଦିନରୁ ଅନେକ ସ୍ଥାନୀୟ ବାସିନ୍ଦା ଅନୁରୋଧ କରିଆସିଛନ୍ତି, ଏହି ଅନୁରୋଧକୁ ରକ୍ଷାକରିବାକୁ ଯାଇ ଓ ଜନସାଧାରଣଙ୍କ ଯାତାୟତର ସୁବିଧା ପାଇଁ ଆମେ ଏହି ରୁଟ୍ ଆରମ୍ଭ କରିବାକୁ ସ୍ଥିର କଲୁ । ଏହା କେବଳ ସ୍ଥାନୀୟ ବାସିନ୍ଦା ନୁହଁ ଏପରିକି ପର୍ଯ୍ୟଟକ ମାନଙ୍କୁ ମଧ୍ୟ ପିପିଲି ପହଁଞ୍ଚିବା ପାଇଁ ସାହାଯ୍ୟ କରିବ” ।

ସର୍ବମୋଟ ୪ଟି ବସ ପ୍ରତ୍ୟେକଦିନ ୩୩ଟି ବସଷ୍ଟପ୍ ମଧ୍ୟରେ ଯାତ୍ରା କରିବ । ପ୍ରଥମ ବସ ଭୁବନେଶ୍ୱର ରେଳ ଷ୍ଟେସନରୁ ସକାଳ ୭ଟାରେ ବାହାରିବ ଓ ଶେଷ ବସ୍ ସଂଧ୍ୟା ୫.୫୦ ରେ ପିପିଲି ଅଭିମୁଖେ ଯାତ୍ରା କରିବ । ଠିକ୍ ସେହିପରି ପିପିଲିରୁ ପ୍ରଥମ ବସ୍ ସକାଳ ୭.୪୫ ଏବଂ ଶେଷ ବସ୍ ସଂଧ୍ୟା ୭ଟାରେ ବାହାରିବ । ୨୩ ତାରିଖରେ ସେବାର ପ୍ରଥମ ଦିନ (ଆସନ୍ତା ବୁଧବାର)ରେ ମାତ୍ର ଗୋଟିଏ ବସ ଚାଲିବବୋଲି ସେ ଜଣାଇଛନ୍ତି । ସେ ଆହୁରି ଜଣାଇଛନ୍ତି ଯେ ବସ ଟିକେଟ୍‌ର ମୂଲ୍ୟ ସର୍ବାଧିକ ୩୦ଟଙ୍କା ।ଯାତ୍ରୀମାନଙ୍କୁ ଅନୁରୋଧ କରିଚନ୍ତି ଯେ, ସଠିକ ମୂଲ୍ୟର ଖୁଚୁରା ଟିକଟ ଖରିଦ କଲାବେଳେ ଦିଅନ୍ତୁ ଏବଂ କ୍ୟାସ୍‌ଲେସ୍ ସୁବିଧାକୁ ଉପଲବ୍ଧ କରି ଛଜ ମକ୍ଟୟର ମାଧ୍ୟମରେ ଟିକେଟ୍ କରିପାରିବେ । ଏହାଦ୍ୱାରା କୋରନା ସମୟରେ ଏଭୟ ଯାତ୍ରୀ ଓ ଗାଇଡ୍ ସୁରକ୍ଷିତ ରହିବେ ।

ବିନାମାସ୍କରେ କୌଣସି ଯାତ୍ରୀ ଯାତ୍ରା କରିପାରିବେ ନାହିଁ ଏବଂ ଠିଆହୋଇ କୌଣସି ଯାତ୍ରୀ ଯାତ୍ରା କରିପାରିବେ ନାହିଁ ବୋଲି କ୍ରୁଟ୍ କହିଛି।

Leave a Reply

Your email address will not be published.

%d bloggers like this: