ଗଞ୍ଜାମରୁ ଆଉ ୩୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ଗଞ୍ଜାମ ଜିଲ୍ଲାରେ ଗତକାଲି ଆଉ ୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏ ନେଇ ଗଞ୍ଜାମ ଜିଲ୍ଲାପାଳ ଟିଟ୍ କରି ସୂଚନା ଦେଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯୧ରେ ପହଞ୍ଚିଛି ।

ସେମାନଙ୍କ ମଧ୍ୟରୁ ୬୫୮ ଜଣ ସୁସ୍ଥ ହୋଇ ଥିବାବେଳେ ୨୨୭ ଜଣଙ୍କ ଚିକିତ୍ସାଧୀନ ଅଛନ୍ତି । ୬ ଜଣଙ୍କ ମୃତ୍ୟୁ ଘଟିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୦ ଜଣ କରୋନା ଯୋଦ୍ଧା ଅଛନ୍ତି । ସେମାନଙ୍କ ମଧ୍ୟରେ ଛତ୍ରପୁରର ଜଣେ , ଚିକିଟିରୁ ୨ଜଣ , ଗଞ୍ଜାମରୁ ଜଣେ , ପୋଲସରାରୁ ୩ଜଣ , ରଙ୍ଗେଇଲୁଣ୍ଡାରୁ ଜଣେ ଓ ଭଞ୍ଜଗନରରୁ ଜଣେ ଅଛନ୍ତି ।

Leave a Reply

Your email address will not be published.