ଗଞ୍ଜାମରେ ପୁଣି ୫୬ କୋଭିଡ଼ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ଗଞ୍ଜାମ ଜିଲ୍ଲାରେ ପୁଣି ୫୬ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏନେଇ  ଗଞାମ ଜିଲ୍ଲାପାଳ ଙ୍କ ଟ୍ୱିଟ୍‌ ମାଧ୍ୟମରେ ସୂଚନା ଦେଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟି  ଆକ୍ରାନ୍ତଙ୍କ ସଂଖ୍ୟା ୭୫୫ରେ ପହଞ୍ଚିଛି । ସେହିପରି ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  ୬୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାରେ ବର୍ତ୍ତମାନ ୧୨୯ ଜଣ ଆକ୍ଟିଭ୍‌ କେସ୍‌ ରହିଛି ।

୫୬ ଜଣ ଆକ୍ରାନ୍ତ ଙ୍କ ମଧ୍ୟରୁ ୧୩ ଜଣ କୋରନା ଯୋଦ୍ଧା ଚିହ୍ନଟ ହୋଇଛନ୍ତି ।ସେମାନଙ୍କ ମଧ୍ୟରୁ ବ୍ରହ୍ମପୁର ମହାନଗର ନିଗମର ୫ଜଣ,  ବେଲଗୁଣ୍ଠାର ଜଣେ,  ବୁଗୁଡାର ଜଣେ,  ପୋଲସରାର ୨ ଜଣ,  ରଙ୍ଗେଇଲୁଣ୍ଡାର ଜଣେ, ଶେରଗଡର ଜଣେ,  ସୋରଡାର ଜଣେ କୋରନା ଯୋଦ୍ଧା ଚିହ୍ନଟ ।ଅନ୍ୟ ୪୩ ଜଣ ହେଉଛନ୍ତି ବେଲଗୁଣ୍ଠାରୁ ୩ ଜଣ, ବ୍ରହ୍ମପୁରରୁ ୫ ଜଣ, ଭଞ୍ଜନଗରରୁ ୭ ଜଣ, ବୁଗୁଡାରୁ  ୨ ଜଣ , ଛତ୍ରପୁରରୁ ଜଣେ, ଧରାକୋଟ୍ର ଜଣେ, ଦିଗପହଣ୍ଡିର ଜଣେ, ହିଞିଳିର ଜଣେ,  କବିସୂର୍ଯ୍ୟନଗରର ୪ ଜଣ, କୁକୁଡାଖଣ୍ଡିର ୨ ଜଣ, ପାତ୍ରପୁର ର ଜଣେ, ଶେରଗଡ ର ୪ ଜଣ, ସୋରଡାର ୩ ଜଣ,  ପୋଲସରାର  ୬ ଜଣ, ରଙ୍ଗେଇଲୁଣ୍ଡାର ୨ଜଣ  ଚିହ୍ନଟ ହୋଇଥିବା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟ୍ୱିଟ୍‌ ମାଧ୍ୟମରେ ସୂଚନା ଦେଇଛନ୍ତି  ।

 

Leave a Reply

Your email address will not be published.