ଜୁନ୧୭ ରାଶିଫଳ: ବୃତ୍ତି ଅନୁସାରେ ଆପଣଙ୍କ ରାଶି ଆଜି କି’ ଫଳଦେବ, ଜାଣନ୍ତୁ
ମେଷ
ସାହସିକ ପଦକ୍ଷେପ ନେଇ କାର୍ଯ୍ୟ ସାଧନ କରିବେ । ଆଶାତୀତ ଭାବରେ ସ୍ୱାସ୍ଥ୍ୟରେ ଉନ୍ନତି ସଙ୍ଗକୁ ବନ୍ଧୁମିଳନରୁ ଖୁସି ରହିବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୬ ।
- ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।
- ରୋଗୀ- ଆଜି ଠାରୁ କିଛି ଦିନ ସତର୍କ ରୁହନ୍ତୁ ।
- ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।
- କର୍ମଜୀବୀ- କାର୍ଯ୍ୟ ବ୍ୟସ୍ତ ରହିବେ ।
- ବ୍ୟବସାୟୀ- ସଫଳତା ମିଳିବ ।
- ଗୃହଣୀ- ଘର କାମରେ ବ୍ୟସ୍ତ ରହିବେ ।
ବୃଷ
ପ୍ରତ୍ୟେକ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବେ । ଦ୍ୱନ୍ଦ୍ୱରେ ପଡି ପ୍ରତ୍ୟେକ ବ୍ୟକ୍ତି ମନ କଥାକୁ ଠିକ୍ ଭାବେ ବୁଝିପାରିବେ ନାହିଁ । ପୂର୍ବ ସ୍ଥିରୀକୃତ ଯୋଜନା ଅନୁଯାୟୀ ବନ୍ଧୁ ଦ୍ୱାରକୁ ଗମନ କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।
- ଚାଷୀ- ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।
- ରୋଗୀ- ଡାକ୍ତରଙ୍କ ପରାମର୍ଶରେ ହିଁ ମେଡିସିନ୍ ଖାଆନ୍ତୁ ।
- ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।
- କର୍ମଜୀବୀ- ପ୍ରମୋସନ୍ ମିଳିବ ।
- ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।
- ଗୃହିଣୀ- ସୁଖ ଅନୁଭବ କରିବେ ।
ମିଥୁନ
ବାଣୀକାରକ ବୁଧଙ୍କ ପ୍ରଭାବରୁ ଶାରୀରିକ ସୁସ୍ଥତା ସହ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ । ବୃହସ୍ପତିଙ୍କ ଦୋଷରୁ ସାମାଜିକ କ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩ ।
- ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।
- ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।
- ଛାତ୍ରଛାତ୍ରୀ- ବିଜ୍ଞ ହେବେ ।
- କର୍ମଜୀବh- ପ୍ରଶଂସିତ ହେବେ ।
- ବ୍ୟବସାୟୀ- ବନ୍ଧୁଙ୍କ ସହାୟତାକୁ ହାତଛଡା କରନ୍ତୁ ନାହିଁ ।
- ଗୃହିଣୀ- ନୂଆବସ୍ତ୍ର ଲାଭ ହେବ ।
କର୍କଟ
କର୍ମସ୍ଥ ଚନ୍ଦ୍ର ଯୋଗୁ ଉନ୍ନତି ଚିନ୍ତାଧାରା ସହିତ ବିଶିଷ୍ଟ ବ୍ୟକ୍ତିମାନଙ୍କ ସହ ଯୋଗସୂତ୍ର ସ୍ଥାପନ କରିବେ । କିନ୍ତୁ ଈର୍ଷାପରାୟଣ ଶତ୍ରୁମାନଙ୍କର ସମସ୍ୟା ସୃଷ୍ଟି ସାମୟିକ ମନକୁ ଭାରାକ୍ରାନ୍ତ କରିବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୭ ।
- ବ୍ୟବସାୟୀ- ଅର୍ଥ ଲାଭ ହେବ ।
- ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।
- କର୍ମଜୀବୀ- କାର୍ଯ୍ୟରେ ଅବହେଳା କରିବେ ନାହିଁ ।
- ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।
- ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
- ଚାଷୀ- ଜଳ ସଞ୍ଚୟ କରନ୍ତୁ ।
ସିଂହ
ରାହୁ ଯୁକ୍ତ ରବିଙ୍କ ଯୋଗୁ ପାରିପାଶ୍ୱିର୍କ କ୍ଷେତ୍ରରେ କେତେକ ବ୍ୟତିକ୍ରମ ସୃଷ୍ଟି ହେବ । ବହୁ ପୂର୍ବରୁ କେତେକ ସମସ୍ୟା ରହିଥିଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।
- ଚାଷୀ- କୀଟ ନାଶକର ସଠିକ୍ ସମୟରେ ବ୍ୟବହାର କରନ୍ତୁ ।
- ରୋଗୀ- ସୁସ୍ଥ ଅନୁଭବ କରିବେ ।
- ଛାତ୍ରଛାତ୍ରୀ- ଗ୍ରୀନ୍ ରଙ୍ଗର ଆସନରେ ବସି ପଢନ୍ତୁ ।
- କର୍ମଜୀବୀ- କାର୍ଯ୍ୟ ବ୍ୟସ୍ତ ରହିବେ ।
- ବ୍ୟବସାୟୀ- ସଫଳତା ମିଳିବ ।
- ଗୃହିଣୀ- ସୁଖ ଅନୁଭବ କରିବେ ।
କନ୍ୟା
ଆର୍ଥିକ ଦିଗ ପାଇଁ ପଥ ପରିଷ୍କାର କରିବେ । ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । ସମସ୍ୟା ରହିଥିଲେ ମଧ୍ୟ ବୁଝିବିଚାରି କାମ କରିବା ସଙ୍ଗକୁ ଅବସ୍ଥା ଦେଖି ବ୍ୟସ୍ତ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୪ ।
- ଚାଷୀ- ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।
- ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
- ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।
- କର୍ମଜୀବି- ସହଯୋଗ ମିଳିବ ।
- ବ୍ୟବସାୟୀ- ନୂଆ ଡିଲ୍ ମିଳିବ ।
- ଗୃହିଣୀ- ନୂଆବସ୍ତ୍ର ଲାଭ ହେବ ।
ତୁଳା
ବୃହସ୍ପତି ସହ ଶନିଙ୍କ ସ୍ଥିତି କାରଣରୁ ନିଜର ଲୋକମାନଙ୍କ ବିରୁଦ୍ଧାଚରଣ ପରିବେଶକୁ ସରଗରମ କରିବ । ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବାରୁ ସାମୟିକ ଖୁସୀ ରହିବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୭ ।
- ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।
- ରୋଗୀ- ସୁସ୍ଥ ଅନୁଭବ କରିବେ ।
- ଛାତ୍ରଛାତ୍ରୀ- ବିଜ୍ଞ ହେବେ ।
- କର୍ମଜୀବି- ସୁରୁଖୁରୁରେ କାର୍ଯ୍ୟ କରିବେ ।
- ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍, ପଳେଇ ଯାଇପାରେ ।
- ଗୃହିଣୀ- ସୁଖୀ ହେବେ ।
ବିଛା
ଶନି କ୍ଷେତ୍ରସ୍ଥ ମଙ୍ଗଳ ଯୋଗୁ ବିଶେଷ ଅସୁବିଧା ନ ଥିଲେ ମଧ୍ୟ ମନରେ ଉତ୍ସାହ ରହିବ ନାହିଁ । କର୍ମକ୍ଷେତ୍ର ସମସ୍ୟାବହୁଳ ହୋଇପାରେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୨ ।
- ଗୃହିଣୀ- ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ ।
- ବ୍ୟବସାୟୀ- ବନ୍ଧୁଙ୍କ ସହାୟତାକୁ ହାତଛଡା କରନ୍ତୁ ନାହିଁ ।
- କର୍ମଜୀବି- କାର୍ଯ୍ୟରେ ଅବହେଳା କରିବେ ନାହିଁ ।
- ଛାତ୍ରଛାତ୍ରୀ- ସ୍ମରଣ ଶକ୍ତି ପାଇଁ ବୁଧକାରକ ଚେର ବ୍ୟବହାର କରନ୍ତୁ ।
- ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
- ଚାଷୀ- ଜଳ ସଞ୍ଚୟ କରନ୍ତୁ ।
ଧନୁ
ରାଶ୍ୟାଧିପ ଶନି କ୍ଷେତ୍ରସ୍ଥ ଯୋଗୁ ଆଜି ଅଯଥା ଅତୀତ କଥା ଚିନ୍ତାକରି ମନ ଭାରାକ୍ରାନ୍ତ ରହିବ । ସ୍ୱାସ୍ଥ୍ୟ ସମସ୍ୟା, ଅସଜଡା ପାରିବାରିକ ପରିସ୍ଥିତି ସହ କର୍ମକ୍ଷେତ୍ରରେ କଳହକୁ ନେଇ ଅଶାନ୍ତି ଲାଗି ରହିପାରେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୧ ।
- ଚାଷୀ- ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।
- ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
- ଛାତ୍ରଛାତ୍ରୀ- ଗ୍ରୀନ୍ ରଙ୍ଗର ଆସନରେ ବସି ପଢନ୍ତୁ ।
- କର୍ମଜୀବୀ- କାର୍ଯ୍ୟରେ ଅବହେଳା କରିବେ ନାହିଁ ।
- ବ୍ୟବସାୟୀ- ଅର୍ଥ ଲାଭ ହେବ ।
- ଗୃହିଣୀ- କାର୍ଯ୍ୟରେ ବ୍ୟସ୍ତ ରହିବେ ।
ମକର
ପ୍ରତୀକ୍ଷିତ ଖବର ପାଇବା ସଙ୍ଗକୁ ପ୍ରତିଯୋଗିତା ସଫଳତା ଯୋଗୁ ମନ ଖୁସି ରହିବ । ଆନୁଷ୍ଠାନିକ କ୍ଷେତ୍ରରେ କିମ୍ବା ଚେଷ୍ଟା କରୁଥିବା କାମରେ ସଫଳତା ମିଳିପାରେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।
- ରୋଗୀ- ଆଜି ଠାରୁ କିଛି ଦିନ ସତର୍କ ରୁହନ୍ତୁ ।
- ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
- ଛାତ୍ରଛାତ୍ରୀ- ଅନ୍ଲାଇନ୍ ବିଦ୍ୟା ଆରୋହଣ କରିବେ ।
- କର୍ମଜୀବି- ପ୍ରଶଂସିତ ହେବେ ।
- ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍ କୁ ହାତଛଡା କରନ୍ତୁ ନାହିଁ ।
- ଗୃହିଣୀ- ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ ।
କୁମ୍ଭ
ଆଜିର ପ୍ରତ୍ୟୁଷ ଯାତ୍ରା ପ୍ରୀତିପଦ ରହିବ ଓ ଲକ୍ଷ୍ୟ ହାସଲ କରିବେ । ଗତକାଲିର ଯୋଜନା ମୁତାବକ ଆବଶ୍ୟକୀୟ ସୁବିଧା ସୁଯୋଗ ଆପଣାଛାଏଁ ଜୁଟିଯିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୯ ।
- ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)
- ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।
- ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି ।
- କର୍ମଜୀବି- ପ୍ରମୋସନ୍ ମିଳିବ ।
- ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।
- ଗୃହିଣୀ- ଧାର୍ମିକ ହେବେ ।
ମୀନ
କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ସାହାର୍ଯ୍ୟ, ସହ-ଯୋଗ ଆଶାକରି ନିରାଶ ହେବେ । ଗବେଷଣା, ଅଧ୍ୟୟନ ଓ ଅଧ୍ୟାପନା, କଳା, ସାହିତ୍ୟ କ୍ଷେତ୍ରରୁ ସମ୍ମାନ ମିଳିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୫ ।
- ବ୍ୟବସାୟୀ- ଅର୍ଥ ହାନୀ ହେବ ।
- ଗୃହିଣୀ- ସଜାସଜିରେ ବ୍ୟସ୍ତ ରହିବେ ।
- କର୍ମଜୀବି- କାର୍ଯ୍ୟରେ ଅବହେଳା କରିବେ ନାହିଁ ।
- ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।
- ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
- ଚାଷୀ- ଜଳ ସଞ୍ଚୟ କରନ୍ତୁ ।