୨୪ ଘଣ୍ଟାରେ ୩୨୫ ଜଣଙ୍କ ଜୀବନ ନେଲା କରୋନା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ ମହାମାରୀ କରୋନା ଭାଇରସ ଥମିବାର ନାଁ ଧରୁନି । ଦିନକୁ ଦିନ ଏହା ଦ୍ରୁତଗତିରେ ମାଡ଼ିବାରେ ଲାଗିଛି । ବିଶ୍ବର କ୍ଷତିଗ୍ରସ୍ତ ଦେଶଗୁଡ଼ିକର ତାଲିକାର ୪ନଂରେ ଥିବା ଭାରତରେ ପୁଣିଥରେ ଗୋଟିଏ ଦିନରେ ୧୧ , ୫୦୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି l

ସେହିପରି କରୋନା ୩୨୫ ଜଣଙ୍କ ମୁଣ୍ଡ ନେଇଛି । କେନ୍ଦ୍ର ସୂକ୍ଷ୍ମୀ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ , ଗତ ୨୪ ଘଣ୍ଡାରେ ୧ , ୧୫ , ୫୧୯ ନମୁନା ପରୀକ୍ଷା କରାଯାଇଛି । ଏହା ମଧ୍ୟରୁ ୧୧ , ୫୦୨ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ଏହି ନୂଆ କରୋନା ପଜିଟିକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ , ୩୨ , ୪୨୪କୁ ବୃଦ୍ଧି ପାଇଛି । ସେହିପରି ୨୪ ଘଣ୍ଟାରେ ୩୨୫ ଜଣଙ୍କ ମୃତ୍ୟୁ ହେବାରୁ କରୋନା ଜନିତ ମୃତ୍ୟୁସଂଖ୍ୟା ୯ , ୫୨୦କୁ ବୃଦ୍ଧି ପାଇଛି । । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ତେବେ ମହାରରାଷ୍ଟ୍ରରେ ସର୍ବାଧିକ ୩ ହଜାର ୯୫୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁଜରାଟରେ ୧୪୭୭, ଦିଲ୍ଲୀରେ ୧୩୨୭, ପଶ୍ଚିମବଙ୍ଗରେ ୪୭୫, ମଧ୍ୟପ୍ରଦେଶରେ ୪୫୯, ତାମିଲନାଡୁରେ ୪୩୫, ଉତ୍ତରପ୍ରଦେଶରେ ୩୯୯ ଜଣଙ୍କର ମୃତ୍ୟୁ ହୋଇଛି ।

Leave a Reply

Your email address will not be published.