ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ

ମୁମ୍ବାଇ, (ଓଡିଶା ଟାଇମ୍) : ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆଜି ଆତ୍ମହତ୍ୟା କରିଛନ୍ତି । ମୁମ୍ବାଇର ବାନ୍ଦ୍ରା ସ୍ଥିତ ଘରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ଘରର ଚାକର କହିଛି । ତେବେ ସୁଶାନ୍ତ ମୃତ୍ୟୁକୁ ନେଇ ମୁମ୍ବାଇ ପୋଲିସ କହିଛି ଯେ, ଗତ ୬ ମାସ ହେବ ସୁଶାନ୍ତ ଡିପ୍ରେସନରେ ଥିଲେ । ଗତକାଲି ରାତିରେ କିଛି ବନ୍ଧୁ ସୁଶାନ୍ତଙ୍କ ସହିତ ଥିଲେ ।

ସୂତ୍ରରୁ , ସୁଶାନ୍ତ ଗତ ୬ ମାସ ହେଲା ଡିପ୍ରେସନରେ ଥିଲେ କ୍ଷ ସେଥିପାଇଁ ସେ ଡାକ୍ତରଙ୍କୁ ପରାମର୍ଶ କରି ଔଷଧ ମଧ୍ୟ ଖାଉଥିଲେ l ଯେତେବେଳେ ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ସେତେବେଳେ ତାଙ୍କ ସାଙ୍ଗ ତାଙ୍କ ଘରେ ଥିଲେ l କିନ୍ତୁ ସେ ଅଲଗା କୋଠରୀରେ ଥିଲେ କ୍ଷ ପୋଲିସ ତାଙ୍କ ସାଙ୍ଗକୁ ପଚରାଉଚୁରା କରିପାରେ l ୩ ଡାକ୍ତରଙ୍କ ଟିମ ମୃତଦେହ ବ୍ୟବଚ୍ଛେଦ କରୁଛନ୍ତି l

ତାଙ୍କ ଘରେ କାମ କରୁଥିବା ସହାୟକ ପୋଲିସକୁ କହିଛନ୍ତି ଯେ ଗତକାଲି ସେ ବହୁତ ଚିନ୍ତାରେ ଥିଲେ କ୍ଷସହାୟକ ଆସି ବେଲ ମାରିଥିଲେ l କିନ୍ତୁ ବହୁତ ସମୟ ଯାଏଁ କବାଟ ନ ଖୋଲିବାରୁ ସେ ଅଲଗା ଚାବିରେ କବାଟ ଖୋଲିଥିଲେ l ଘର ଭିତରକୁ ପ୍ରବେଶ କରି ସେ ଦେଖିଲେ ସୁଶାନ୍ତଙ୍କ ମୃତଦେହ ପଙ୍ଖାରେ ଝୁଲୁଛି l

ସୂଚନାଯୋଗ୍ୟ ଯେ, ୬ ଦିନ ପୂର୍ବରୁ, ଜୁନ ୮ ତାରିଖରେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ସଲିୟନ ମୁମ୍ବାଇର ଏକ କୋଠାରୁ ଡେଇଁ ଆତ୍ମହତ୍ୟା କରିଥିଲେ  l ମୁମ୍ବାଇ ମଲାଡ଼ ସ୍ଥିତ ଏକ ଆପାର୍ଟମେଣ୍ଟର ୧୪ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ l ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା ଜ୍ଝ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ l

Leave a Reply

Your email address will not be published. Required fields are marked *