ଆଜି ଭୁବନେଶ୍ୱରରେ ୧୬ ପଜିଟିଭ୍ ଚିହ୍ନଟ
ଭୁବନେଶ୍ବର, (ଓଡିଶା ଟାଇମ୍) : ଭୁବନେଶ୍ୱରରୁ ଆଜି ଆଉ ୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୪ ଜଣ ହୋମ୍ କ୍ୱାରେଣ୍ଟିନରେ ଥିବାବେଳେ ୨ଟି ଲୋକାଲ କେସ୍ ରହିଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି।
ସେମାନଙ୍କ ମଧ୍ୟରୁ ପଟିଆ ଶ୍ରୀବିହାରରୁ ୩ଟି ମାମଲା ଆସିଛି । ସେମାନଙ୍କ ମଧ୍ୟରେ ୩୧ ଓ ୬୫ ବର୍ଷୀୟ ଦୁଇ ପୁରୁଷ ଆକ୍ରାନ୍ତ ହୋଇଥିବା ବେଳେ ଆଉ ଜଣେ ୫୮ ବର୍ଷୀୟ ମହିଳା ଆକ୍ରାନ୍ତ ହୋଇଛନ୍ତି ।
ଜୟଦେବ ବିହାରର ଜଣେ ୭୧ ବର୍ଷୀୟ ମହିଳା ଓ ୪୦ ବର୍ଷୀୟ ପୁରୁଷ ଆକ୍ରାନ୍ତ ହୋଇଛନ୍ତି । ଶାସ୍ତ୍ରୀନଗରରରୁ ଜଣେ ୭୫ ବର୍ଷୀୟ ପୁରୁଷ ଓ ଆଉ ଜଣେ ୪୦ ବର୍ଷୀୟ ପୁରୁଷ ଆକ୍ରାନ୍ତ ହୋଇଛନ୍ତି । ଡୁମଡୁମାର ୨୨ ବର୍ଷୀୟ ଓ କଳିଙ୍ଗବିହାରର ୩୪ ବର୍ଷୀୟ ପୁରୁଷ କରୋନରେ ଆକ୍ରାନ୍ତ ହୋଇଛନ୍ତି ।
ସେହିପରି ସତ୍ୟନଗରର ୩୩ ବର୍ଷୀୟ ପୁରୁଷ, ନୟାପଲ୍ଲୀର ୫୪ ବର୍ଷୀୟ ପୁରୁଷ ଆକ୍ରାନ୍ତ ହୋଇଛନ୍ତି । ୟୁନିଟ-୩ର ଜଣେ ୬୦ ବର୍ଷୀୟ ମହିଳା କରୋନାରେ ଆକ୍ରାନ୍ତ ହୋଇଛନ୍ତି ।
ସେହିଭଳି ସ୍ଥାନୀୟ ଅଞ୍ଚଳରୁ ଆକ୍ରାନ୍ତ ହୋଇଥିବା ୨ ଜଣଙ୍କ ମଧ୍ୟରୁ ଜଣେ ପଳାଶୁଣୀର ୨୫ ବର୍ଷୀୟ ପୁରୁଷ ହୋଇଥିବା ବେଳେ ଅନ୍ୟ ଜଣେ ୩୨ ବର୍ଷୀୟ ପୁରୁଷ ଭୁବନେଶ୍ୱର ଘରୋଇ ହସ୍ପିଟାଲରୁ ଚିହ୍ନଟ ହୋଇଛନ୍ତିି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି l
ଭୁବନେଶ୍ୱରେ କରୋନା ଆକ୍ରାନ୍ତଙ୍କ ୧୨୨ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୫୮ଜଣ ଚିକିତ୍ସାଧୀନ ଥିବାବେଳେ ୬୦ଜଣ ସୁସ୍ଥ ହୋଇଛନ୍ତି। ତେବେ ୩ଜଣଙ୍କ ମୃତ୍ୟୁ ଘଟିଛି।