ଭୁବନେଶ୍ବରରେ ପହଞ୍ଚିଲେ ବରିଷ୍ଠ ଅଭିନେତା ବିଜୟ ମହାନ୍ତି
ଭୁବନେଶ୍ଵର, (ଓଡିଶା ଟାଇମ୍) : ଭୁବନେଶ୍ୱରରେ ପହଞ୍ଚିଲେ ବରିଷ୍ଠ ଅଭିନେତା ବିଜୟ ମହାନ୍ତି। ହାଇଦ୍ରାବାଦରୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଆସି ଆଜି ସକାଳେ ସେ ଭୁବନେଶ୍ୱରରେ ପହଞ୍ଚିଛନ୍ତି।
ଗତକାଲି ମଧ୍ୟାହ୍ନ ପ୍ରାୟ ୧୨ଟାରେ ହାଇଦ୍ରାବାଦରୁ ବାହାରିଥିଲେ। ଅସୁସ୍ଥତା କାରଣରୁ କିଛି ଦିନ ତଳେ ବିଜୟ ମହାନ୍ତି ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯିବ।
ବିଜୟଙ୍କୁ ଆଣିବାକୁ ଏକ ଆମ୍ବୁଲାନ୍ସ ଭୁବନେଶ୍ୱରରୁ ପଠା ଯାଇଥିଲା। ଦୁଇ ମେଡିକାଲ କର୍ତ୍ତୃପକ୍ଷ କଥା ହେବା ପରେ ତାଙ୍କୁ ସଡ଼କ ମାର୍ଗରେ ଅଣାଯିବାକୁ ନିଷ୍ପତ୍ତି ହୋଇଥିଲା। ସୂଚନାଯୋଗ୍ୟ, ଗୁରୁତର ଅସୁସ୍ଥ ହୋଇ ହାଇଦ୍ରାବାଦରେ ଚିକିତ୍ସିତ ହେବାର ୧୫ଦିନ ପରେ ପରିବାର ସହ ସେ ଓଡ଼ିଶାକୁ ଫେରିବେ ବୋଲି ସୂଚନା ମିଳିଥିଲା। ତେବେ ଘରକୁ ନୁହେଁ, ବରଂ ଭୁବନେଶ୍ବରରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପୂର୍ବବତ ଚିକିତ୍ସା ଚାଲୁ ରହିବ।
ସୂଚନାଯୋଗ୍ୟ, ଗୁରୁତର ଅସୁସ୍ଥ ହୋଇ ହାଇଦ୍ରାବାଦରେ ଚିକିତ୍ସିତ ହେବାର ୧୫ଦିନ ପରେ ପରିବାର ସହ ସେ ଓଡ଼ିଶାକୁ ଫେରିବେ ବୋଲି ସୂଚନା ମିଳିଥିଲା। ତେବେ ଘରକୁ ନୁହେଁ, ବରଂ ଭୁବନେଶ୍ବରରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପୂର୍ବବତ ଚିକିତ୍ସା ଚାଲୁ ରହିବ।
ହେଲେ ଆପଣ କ’ଣ ଜାଣନ୍ତି ଯେ ବସନ୍ତ ନାୟକଙ୍କ ‘ନାଗଫାସ’ ଚଳଚ୍ଚିତ୍ରରୁ ଆରମ୍ଭ କରି ଏଯାଏଁ ଶତାଧିକ ଓଡ଼ିଆ ସିନେମାରେ ବିଭିନ୍ନ ଭୂମିକାରେ ନଜର ଆସିଥିବା ବିଜୟ ଗତ ବର୍ଷ ବେଶ ସକ୍ରିୟ ଥିଲେ। ଏହି କାରଣରୁ ତାଙ୍କୁ ଅଧିକ ସଂଖ୍ୟକ ସିନେମାରେ ଦେଖିବାକୁ ପାଇଥିଲେ ଦର୍ଶକ।