IFS ସ୍ତରରେ ଅଦଳବଦଳ, ବଦଳିଲେ ୧୨ ଆଇଏଫଏସ
ଭୁବନେଶ୍ଵର, (ଓଡିଶା ଟାଇମ୍) : ରାଜ୍ୟ ସରକାର ବନସେବା ଅଧିକାରୀ (ଆଇଏଫଏସ) ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି । ଏଥିରେ ୧୨ ଆଇଏଫଏସ ଅଧିକାରୀଙ୍କ ବଦଳି ହୋଇଛି ।
୨୦୦୫ ବ୍ୟାଚ୍ ଆଇଏଫଏସ ଅଧିକାରୀ ୟୋଗଜୟାନନ୍ଦଙ୍କୁ ବାରିପଦା ଆରସିସିଏଫ ନିଯୁକ୍ତ କରାଯାଇଛି ।
୨୦୦୭ ବ୍ୟାଚ୍ ଆଇଏଫଏସ ଅଧିକାରୀ ରୋହିତ କୁମାର ଲେଙ୍କା ହର୍ଟିକଲଚର ନିର୍ଦ୍ଦେଶକ, ୨୦୦୯ ବ୍ୟାଚ୍ ଆଇଏଫଏସ ଅଧିକାରୀ ପ୍ରକାଶ ଚନ୍ଦ୍ର ଗୋଗିନେନିଙ୍କୁ ଢେଙ୍କାନାଳ ଡିଏଫଓ, ୨୦୧୦ ବ୍ୟାଚ୍ ଆଇଏଫଏସ ଅଧିକାରୀ ସଂଗ୍ରାମ କେଶରୀ ବେହେରାଙ୍କୁ ପାରଳାଖେମୁଣ୍ଡି ବନମଣ୍ଡଳ ଡିଏଫଓ, ୨୦୦୫ ବ୍ୟାଚ୍ ଆଇଏଫଏସ ଅଧିକାରୀ ସମ୍ରାଟ ଗୌଡଙ୍କୁ ଓଏଫଡିସିର ମହାପ୍ରନ୍ଧକ, ୨୦୧୪ ବ୍ୟାଚ୍ ଆଇଏଫଏସ ଖୁସଓ୍ବନ୍ତ ସିଂଙ୍କୁ ଚିଲିକା ବିକାସ ପ୍ରାଧିକରଣ ଅତିରିକ୍ତ କାର୍ଯ୍ୟ ନିର୍ବାହୀ, ୨୦୧୬ ବ୍ୟାଚ୍ ଆଇଏଫଏସ ବିବେକ କୁମାରଙ୍କୁ ଖରିଆର ବନମଣ୍ଡଳ ଡିଏଫଓ, ୨୦୧୭ ବ୍ୟାଚ୍ ଆଇଏଫଏସ ସାଇ କିରଣ ଡିଏନଙ୍କୁ ଯଶୀପୁର ଡିଏଫଓ, ୨୦୧୭ ବ୍ୟାଚ୍ ଆଇଏଫଏସ ଆନନ୍ଦ ଏସଙ୍କୁ ଆଠମଲ୍ଲିକ ଡିଏଫଓ ଏବଂ ୨୦୧୭ ବ୍ୟାଚ୍ ଆଇଏଫଏସ ଗଜାନନ ଦୟାନନ୍ଦଙ୍କୁ କରଞ୍ଜିଆ ଡିଏଫଓ ନିଯୁକ୍ତ କରାଯାଇଛି ।
ସେହିପରି ୧୯୮୮ ବ୍ୟାଚ୍ ର ଆଇଏଫଏସ ପୁସା ଝୁଲେ ମେକ୍ରୋଙ୍କୁ ରିଜିଓନାଲ ପ୍ଲାଣ୍ଟ ରିସୋର୍ସ ସେଣ୍ଟର(ଆରପିଆରସି)ର ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତ କରାଯାଇଛି । ସେହିପରି ୧୯୯୩ ବ୍ୟାଚ୍ ଆଇଏଫଏସ ଅଫିସର ପ୍ରେମ କୁମାର ଝା ଡବ୍ଲୁଏଫପି ଏବଂ ଓବିଡିଏର ପ୍ରକଳ୍ପ ନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି । ସେ ଷ୍ଟେଟ୍ ମେଡିସିନାଲ ପ୍ଲାଣ୍ଟ୍ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଦାୟିତ୍ବ ମଧ୍ୟ ତୁଲାଇବେ । ସେ ସେଣ୍ଟର ଫର୍ ଏନଭିରୋନମେଣ୍ଟ ଷ୍ଟଡିଜର ନିର୍ଦ୍ଦେଶକ ମଧ୍ୟ ରହିବେ ।