ଦେଶର ସବୁଠୁ ବୟସ୍କ କ୍ରିକେଟରଙ୍କ ପରଲୋକ

ମୁମ୍ବାଇ , (ଓଡିଶା ଟାଇମ୍) : ଭାରତର ସବୁଠାରୁ ବୟସ୍କ ପ୍ରଥମ ଶ୍ରେଣୀ କ୍ରିକେଟର ବସନ୍ତ ରାୟଜୀଙ୍କ ପରଲୋକ ଘଟିଛି। ଶନିବାର ଭୋର ସମୟରେ ମୁମ୍ବଇର ବାଲକେଶ୍ଵରସ୍ଥିତ ନିଜ ବାସଭବନରେ ୧୦୦ ବର୍ଷ ବୟସରେ ବସନ୍ତ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି।

ଗତ ଜାନୁୟାରୀ ୨୬ରେ ସେ ୧୦୦ ବର୍ଷରେ ପଦାର୍ପଣ କରିଥିଲେ। ସେତେବେଳେ ସଚିନ ତେନ୍ଦୁଲକର ଏବଂ ଷ୍ଟିଭ୍‌ ୱ ତାଙ୍କୁ ଭେଟିବାକୁ ଯାଇଥିଲେ। ବସନ୍ତଙ୍କର ପତ୍ନୀ ଏବଂ ୨ ଝିଅ ଅଛନ୍ତି। ବସନ୍ତଙ୍କ ଜ୍ଵାଇଁ ନାନାୱଟି କହିଛନ୍ତି, ବାପା ବୃଦ୍ଧାବସ୍ଥା କାରଣରୁ ଦକ୍ଷିଣ ମୁମ୍ବାଇର ବାଲକେଶ୍ଵରରେ ନିଜ ଘରେ ଶୋଇଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା।

ସୂଚନାଯୋଗ୍ୟ, ବସନ୍ତ ରାୟଜୀ ୧୯୪୦ ଦଶକରେ ୯ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ୨୭୭ ରନ୍‌ କରିଥିଲେ। ସେ ଗୋଟିଏ ଇନିଂସରେ ସର୍ବାଧିକ ୬୮ ରନ୍‌ କରିଥିଲେ।

Leave a Reply

Your email address will not be published.