ଜମ୍ମୁ ଓ କଶ୍ମୀର: କୁଲ୍ଗାମ୍ ଏବଂ ଅନନ୍ତନାଗରେ ଏନ୍କାଉଣ୍ଟର୍ ଯୋଗୁଁ ୪ ଆତଙ୍କବାଦୀ ନିହତ
ଶ୍ରୀଗର, (ଓଡିଶା ଟାଇମ୍) : ଜମ୍ମୁ-କାଶ୍ମୀର ସ୍ଥିତ ପୁଲୱାମାର ତ୍ରାଲରେ ସୁରକ୍ଷାକର୍ମୀ ଓ ଆତଙ୍କବାଦିଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ପରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କୀ ନିହତ ହୋଇଥିବା ସୂଚନା ମିଳିଛି।
ଆତଙ୍କବାଦୀ ଲୁଚିଥିବା ସୂଚନା ପାଇ ସେଠାରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଜାରି କରିଥିଲେ। ଯାହା ଫଳରେ ଉଭୟଙ୍କ ଭିତରେ ଗୁଳି ବିନିମୟ ହୋଇ ଦୁଇ ଆତଙ୍କବାଦୀ ସଫା ହୋଇଥିଲେ। ଏବେ ମଧ୍ୟ ଆଉ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ ଜାରି ରହିଛି।
କୁଲଗାମ୍ ଜିଲ୍ଲାର ନିପୋରା ଅଞ୍ଚଳରେ ଦୁଇଜଣ ଅପରିଚିତ ଆତଙ୍କବାଦୀ ନିହତ ହୋଇଛନ୍ତି ଓ ସମ୍ପୃକ୍ତ ଅଞ୍ଚଳରେ ତଲାସ ଅଭିଯାନ ଚାଲୁ ରହିଥିବା କଥା କଶ୍ମୀର ଜୋନ୍ ପୁଲିସ ଟୁଇଟ୍ କରିଛି। ସେଠାରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ବନ୍ଧରେ ସୂଚନା ପାଇବା ପରେ ଜମ୍ମୁ ଓ କଶ୍ମୀର ପୁଲିସ, ସେନାର ୧୯ ଆର୍ ଆର୍ ଏବଂ ସିଆର୍ପିଏଫ୍ ସେ ଅଞ୍ଚଳରେ କର୍ଡନ୍ ଓ ତଲାସ ଅଭିଯାନ ଆରମ୍ଭ କରିଥିଲେ।
ପୁଲ୍ୱାମାର ଗୁଲାବ ବାଗ ତ୍ରାଲ୍ରେ ମଧ୍ୟ ମିଳିତ ବଳ ଅନ୍ୟ ଏକ ତଲାସ ଅଭିଯାନ ଆରମ୍ଭ କରିଛନ୍ତି। ଆତଙ୍କବାଦୀ ଏବଂ ନିରାପତ୍ତା ବଳଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଛି।
ଏଠାରେ ଉଲ୍ଲେଖଯୋଗ୍ୟ କି, କେବଳ ଏହି ମାସରେ ଏଯାବତ୍ ୨୦ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଗଲାଣି।