AJIO.com ପକ୍ଷରୁ ଆକର୍ଷଣୀୟ ଡିସ୍କାଉଣ୍ଟ ସହ  ବିଗ୍ ବୋଲ୍ଡ ସେଲ ଘୋଷଣା

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌) : ଭାରତର ଅଗ୍ରଣୀ ଅନଲାଇନ ଫ୍ୟାସନ ଇ-ରିଟେଲର AJIO.com  ପକ୍ଷରୁ ଲୋକପ୍ରିୟ ବ୍ରାଣ୍ଡ୍‌ଗୁଡିକର ପୋଷାକ ଓ ଫ୍ୟାସନ ସାମଗ୍ରୀ ଉପରେ ଆକର୍ଷଣୀୟ ଡିସକାଉଣ୍ଟ ସହିତ ଆଜିଠାରୁ  ଜୁନ ୧୫ ଯାଏଁ ବିଗ୍ ବୋଲ୍ଡ ସେଲ୍ ଆରମ୍ଭ ହୋଇଛି ।

ଦୁଇହଜାରରୁ ଉର୍ଦ୍ଧ୍ୱ ଲୋକପ୍ରିୟ ବ୍ରାଣ୍ଡ୍‌ଗୁଡିକର ଦୁଇଲକ୍ଷରୁ ଅଧିକ ଷ୍ଟାଇଲର ସାମଗ୍ରୀ ଉପରେ ଆରମ୍ଭ ହୋଇଥିବା ଏହି ସେଲ୍ ଫ୍ୟାସନ ଜଗତରେ ଏ ଯାଏଁ ହୋଇଥିବା ସର୍ବବୃହତ ।

 AJIO.com ବିଗ୍ ବୋଲ୍ଡ ସେଲ୍‌ରେ ସାମିଲ ହୋଇଥିବା ପ୍ରମୁଖ ବ୍ରାଣ୍ଡ୍‌ଗୁଡିକ ମଧ୍ୟରେ ରହିଛି ନାଇକ୍‌, ପୁମା, ଆଦିଦାସ୍‌, ଲିଭାଇସ୍‌, ୟୁନାଇଟେଡ୍ କଲର୍ସ ଅଫ୍ ବେନେଟନ୍ ଭଳି ଅନେକ ଲୋକପ୍ରିୟ ଓ ପ୍ରସିଦ୍ଧ ବ୍ରାଣ୍ଡ୍‌ର ସାମଗ୍ରୀ । ଏହି ସେଲରେ ଟି-ସାର୍ଟ, ଜିନ୍ସ, କୁର୍ତ୍ତା, ସ୍ନିକର୍ସ ଠାରୁ ଆରମ୍ଭ କରି ଅନେକ ବର୍ଗରେ ୫୦ପ୍ରତିଶତରୁ ୯୦ ପ୍ରତିଶତ ପର୍ଯ୍ୟନ୍ତ  ରିହାତି ଉପଲବ୍ଧ ହେଉଛି । ଏଥି ସହିତ ଆଜିଓ ଡଟ୍ କମ୍ ପକ୍ଷରୁ ଅନେକ ଅନ୍ତର୍ଜାତୀୟ ଲୋକପ୍ରିୟ ବ୍ରାଣ୍ଡ୍  ସାମିଲ କରାଯାଇଛି ।

ସୂଚନାଯୋଗ୍ୟ ଯେ, ସାରା ଦେଶର ଫ୍ୟାଶନ ପ୍ରେମୀଙ୍କ ପାଇଁ AJIO.com ପ୍ରଥମ ପସନ୍ଦ ହେବା ସହିତ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ପୁରୁଷ ଓ ମହିଳାଙ୍କ ପୋଷାକ ତଥା ଆସେସୋରିଜ୍‌ର ବିସ୍ତୃତ କଲେକସନ ଉପଲବ୍ଧ କରାଉଛି ।

Leave a Reply

Your email address will not be published. Required fields are marked *