ମାସ୍କ ଦୁର୍ନୀତି ନେଇ ଉତ୍ତର ରଖିଲା ବିଜେଡି
ଭୁବନେଶ୍ବର, (ଓଡିଶା ଟାଇମ୍) : ଅପପ୍ରଚାରର ଅପଚେଷ୍ଟା ନକରୁ କଂଗ୍ରେସ । ସଜ ମାଛରେ ପୋକ ପକାଇବାକୁ କଂଗ୍ରେସ ଚେଷ୍ଟା କରୁଛି ବୋଲି ସମ୍ବାଦିକ ସମ୍ମଳନୀରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି । ଯଦି କିଛି ପ୍ରମାଣ ଅଛି ତେବେ କଂଗ୍ରେସ କୋର୍ଟ ଯାଉ । ସାଢେ ୪ କୋଟି ଲୋକଙ୍କ ତ୍ୟାଗକୁ କୁଠାରଘାତ ନକରୁ କଂଗ୍ରେସ ।
ମାସ୍କ, ପିପିଇ କିଟ୍ ରିଣିବା ନେଇ ଟେକ୍ନିକାଲ କମିଟି ଗଠନ ହୋଇଥିଲା । ୫ କୋଟି ମାସ୍କ ପାଇଁ ଟେକ୍ନିକାଲ କମିଟି ସୁପାରିଶ କରିଥିଲା । ଲକ୍ ଡାଉନ୍ ଯୋଗୁଁ ଉତ୍ପାଦନ ଖର୍ଚ୍ଚ ବଢିବାରୁ ଦର ବଢିଲା । ମଣିଷ ଜୀବନ ବଞ୍ଚାଇବା ଉପରେ ଆମେ ଗୁରୁତ୍ବ ଦେଉଛୁ ବୋଲି ସସ୍ମିତ ପାତ୍ର କହିଛନ୍ତି । ମାସ୍କର ଟଙ୍କାଏ, ଦୁଇ ଟଙ୍କା ଦର ବୃଦ୍ଧିକୁ ଆମେ ଗୁରୁତ୍ବ ଦେଉନାହୁଁ ।
କଂଗ୍ରସ ଯେଉଁ ଲମ୍ବା ପ୍ରଶ୍ନ କରୁଛି କରୋନା ମହାମାରୀ ସମୟରେ କ’ଣ କରିଛି ବୋଲି ସସ୍ମିତ ପାତ୍ର ପ୍ରଶ୍ନ କରିଛନ୍ତି । ସତ ସାହସ ଅଛି ଯଦି ହାଇକୋର୍ଟ ଯାଆନ୍ତୁ । କଂଗ୍ରେସ ଯାହା କରୁଛି ଶସ୍ତା ରାଜନୀତି କରୁଛି । ଲୋକେ ଦେଖୁଛନ୍ତି । ଭାରତୀୟ ଜନତା ପାର୍ଟିକୁ ପଚାରନ୍ତୁ କାହିଁକି କେନ୍ଦ୍ର ସରକାର ୧୦ ଟଙ୍କାରୁ ୧୬ଟଙ୍କା ବଢ଼େଇଲା । ବିଜେପି ଶାସିତ ରାଜ୍ୟ କାହିଁକି କିଣିଲେ ।
କରୋନା ଯୋଦ୍ଧା ସୁରକ୍ଷିତ ଭାବେ କାମ କରୁଛନ୍ତି । ପଶ୍ଚିମ ଓ ଦକ୍ଷିଣ ଭାରତରେ ଉତ୍ପାଦନ ହେଉଛି । ଡିମାଣ୍ଡ ବଢିବାରୁ ପ୍ରାଇସ ବଢିଲା । କେନ୍ଦ୍ର ସରକାର ୧୦ ଟଙ୍କାରୁ ଅଧିକରେ ବିକ୍ରି କରି ପାରିବେ ନାହିଁ । ପୁଣି ୨୪ ମାର୍ଚ୍ଚରେ ୧୬ ଟଙ୍କା ବଢାଇଲେ। କେନ୍ଦ୍ର ଧାର୍ଯ୍ୟ କରିଥିବା ୧୬ ଟଙ୍କାରୁ ଓଡିଶା ଅଧିକ ଦରରେ କିଣିନାହିଁ ।
ଅନ୍ୟ ରାଜ୍ୟ କେରଳରେ ୧୬ ଟଙ୍କା, ମହାରାଷ୍ଟ୍ରରେ ୧୬ ଟଙ୍କା, ତାମିଲନାଡୁରେ ୧୬ ଟଙ୍କା, କାର୍ଣ୍ଣାଟକରେ ୧୭.୮୯ ଟଙ୍କା, ପଶ୍ଚିମବଙ୍ଗରେ ୧୭ ଟଙ୍କ, ତାମିଲନାଡୁରେ ୧୬ ଟଙ୍କା, ଗୁଜୁରାଟରେ ୨୦ ଟଙ୍କା ରହିଛି । କେନ୍ଦ୍ର ସରକାର ଯେଉଁ ମୂଲ୍ୟ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର ସେହି ମୂଲ୍ୟରେ କିଣିଛନ୍ତି । କିଛି ଦୁର୍ନୀତି ହୋଇନାହିଁ । କେନ୍ଦ୍ର ସରକାରଙ୍କ ଆଇନ ଅନୁସାରେ ମେଡିକାଲ ଉପକରଣ କିଣା ହୋଇଛି । ସ୍ୱଚ୍ଛତାର ସହ ମାସ୍କ କିଣାଯାଇଛି। ସାରା ଭାରତରେ ମାସ୍କ ଡିମାଣ୍ଡ ବଢ଼ିବାରୁ ଦର ମଧ୍ୟ ବଢ଼ିଥିଲା ବୋଲି ବିଜେଡି କହିଛି। ସ୍ୱାସ୍ଥ୍ୟ ବିଭାଗ ଟେକ୍ନିକାଲ କମିଟି ୫ କୋଟି ମାସ୍କ କିଣିବାକୁ ନିଷ୍ପତ୍ତି ନେଇଥିଲା। ଲକ୍ ଡାଉନ୍ ପାଇଁ କଞ୍ଚାମାଲ ଅଭାବ ପଡ଼ିବାରୁ ଦର ବଢ଼ିଥିଲା ବୋଲି ଉତ୍ତର ରଖିଛି ଦଳ।
ଦଳ ଆହୁରି ମଧ୍ୟ କହିଛି ଯେ ପ୍ରଥମେ କେନ୍ଦ୍ର ସରକାର ମାସ୍କ ଗୋଟିକୁ ୧୦ ଟଙ୍କା ଦର ଧାର୍ଯ୍ୟ କରିଥିଲେ। ତେବେ ୧୦ ଟଙ୍କାରେ ଦେବାକୁ କେହି ରାଜି ନହେବାରୁ ୧୬ କରାଯାଇଥିଲା। କେନ୍ଦ୍ର ଧାର୍ଯ୍ୟ କରିଥିବା ୧୬ ଟଙ୍କାରୁ ଟଙ୍କାଟିଏ ବି ଓଡ଼ିଶା ଅଧିକ ଦେଇନି।
ତୁରନ୍ତ ଯଦି ଓଡ଼ିଶାକୁ ମାସ୍କ ଆସିନଥାନ୍ତା ତେବେ ମୃତ୍ୟହାର ବଢ଼ିଯାଇଥାନ୍ତା। ମାସ୍କ ନେଇ କଂଗ୍ରେସ ଯେଉଁ ଅପପ୍ରଚାର ଚଳାଇଛି, ତାହା ଦୁର୍ଭାଗ୍ୟଜନକ ବୋଲି ବିଜେଡି ମୁଖପାତ୍ର ସସ୍ମିତା ପାତ୍ର କହିଛନ୍ତି।
ଅନ୍ୟପଟେ କଂଗ୍ରେସ କହିଛି, ଏହି ଦୁର୍ନୀତି ପ୍ରସଙ୍ଗରେ ଦଳ ଲୋକାୟୁକ୍ତଙ୍କ ପାଖକୁ ଯିବ। ସେପଟେ ଭୁଲ୍ ତଥ୍ୟ ଦେଇ ସରକାର ଲୋକଙ୍କୁ ଭଣ୍ଡାଉଥିବା କହିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର।