ହାଇକୋର୍ଟ ବିଚାରପତି ଭାବେ ଶପଥ ନେଲେ ସାବିତ୍ରୀ ରଥ
କଟକ, (ଓଡିଶା ଟାଇମ୍) : ହାଇକୋର୍ଟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସାବିତ୍ରୀ ରଥ। କନଫରେନ୍ସ ହଲରେ ଶପଥ ପାଠ କରାଇଲେ ହାଇକୋର୍ଟ ମୁଖ୍ୟ ବିଚାରପତି।କୋରୋନା ପାଇଁ ନିରାଡ଼ମ୍ବର ଭାବରେ ଶପଥ ଗ୍ରହଣ ଉତ୍ସବ କରାଯାଇଛି ।
ଗତ ଜାନୁଆରୀ ୨୨ ତାରିଖରେ ସୁପ୍ରିମକୋର୍ଟ କଲେଜିଏମ ତାଙ୍କ ନାମ ହାଇକୋର୍ଟ ବିଚାରପତି ପଦରେ ନିଯୁକ୍ତି ପାଇଁ ସୁପାରିଶ କରିଥିଲେ ।ପୂର୍ବରୁ ହାଇକୋର୍ଟର ବିଚାରପତିଙ୍କ ସଂଖ୍ୟା ୧୫ ଥିବା ବେଳେ ଏବେ ଏହା ୧୬ ରେ ପହଞ୍ଚିଛି।
ସାବିତ୍ରୀ ରଥ ଓଡିଶା ହାଇକୋର୍ଟର ତୃତୀୟ ମହିଳା ବିଚାରପତି ଭାବେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି । ତାଙ୍କ ପୂର୍ବରୁ ଅମୀୟ କୁମାରୀ ପାଢ଼ୀ ଏବଂ ଜଷ୍ଟିସ ସଞ୍ଜୁ ପଣ୍ଡା ମହିଳା ବିଚାରପତି ଭାବେ ଓଡିଶା ହାଇକୋର୍ଟରେ କାର୍ଯ୍ୟ କରିଛନ୍ତି।