ପ୍ରତିଦିନ ୨ଟି ଅଣ୍ଡା ଖାଉଛନ୍ତି କି? ହୋଇପାରେ ଏହି ବିପଦ
(ଓଡିଶା ଟାଇମ୍) : ପ୍ରତିଦିନ ଆପଣ ଅଣ୍ଡା ଖାଉଛନ୍ତି କି? ସାବଧାନ ହୋଇଯାଆନ୍ତୁ । ପ୍ରତିଦିନ ଦୁଇଟି ଲେଖାଏଁ ଅଣ୍ଡା ଖାଇବା ଦ୍ୱାରା ଆପଣଙ୍କ ଜୀବନ ପ୍ରତି ବିପଦ ଆସିପାରେ । ଆସନ୍ତୁ ଏହା ପଛରେ କାରଣ କଣ ରହିଛି ଜାଣିବା ।
ପ୍ରତିଦିନ ଦୁଇଟି ଲେଖାଏ ଅଣ୍ଡା ଖାଇବା ଦ୍ୱାରା କାର୍ଡ଼ିୟୋବସ୍କୁଲାର ରୋଗ ହେବା ସମ୍ଭାବନା ରହିଛି । ଏହି ରୋଗ ହୃଦରୋଗ ଆଡ଼କୁ ଗତି କରିଥାଏ । ଯାହାଦ୍ୱାରା ଲୋକଙ୍କ ମୃତ୍ୟୁ ଘଟିବାର ଆଶଙ୍କା ବୃଦ୍ଧି ପାଇଥାଏ ।
ନିକଟରେ ଆମେରକାର ହୋଇଥିବା ଏକ ରିସର୍ଚ୍ଚ ଅନୁସାରେ ଅଶ୍ଡ଼ାରେ ଯେଉଁ କଲେଷ୍ଟୋଲ ମାତ୍ରା ରହିଛି ତାହା ଶରୀରରେ ବୃଦ୍ଧି ପାଇବା ଦ୍ୱାରା ଖରାପ ପ୍ରଭାବ ପକାଇଥାଏ । ଗୋଟିଏ ଅଣ୍ଡାରେ ପ୍ରାୟ ୨୦୦ମିଲିଗ୍ରାମ କଲେଷ୍ଟୋଲ ରହିଥାଏ ।
ସେହିପରି ଭାବେ ପ୍ରତିଦିନ ଦୁଇଟି ଅଣ୍ଡା ଅର୍ଥାତ ୩୦୦ମିଲିଗ୍ରାମରୁ ଅଧିକ କଲେଷ୍ଟୋଲ ସେବନ କରିବା ଦ୍ୱାରା ଶରୀର ପ୍ରତି ବିପଦ ବୃଦ୍ଧି ପାଉଛି ।