ଆଜିିଠୁ ରାଜ୍ୟ ଭିତରେ ଗଡ଼ିବ ୬ ସ୍ୱତନ୍ତ୍ର ଟ୍ରେନ୍
ଭୁବନେଶ୍ଵର, (ଓଡିଶା ଟାଇମ୍) : ସର୍ଟଡାଉନ୍ ପରେ ଆଜିିଠୁ ରାଜ୍ୟ ଭିତରେ ୬ଟି ସ୍ପେଶାଲ ଟ୍ରେନ୍ ଚଳାଚଳ ଆରମ୍ଭ କରୁଛି। ଭୁବନେଶ୍ୱରରୁ ବଲାଙ୍ଗିର, କୋରାପୁଟ,ଭଦ୍ରକ, ବ୍ରହ୍ମପୁର, ଓ ରାଉରକେଲାକୁ ଏବଂ ସମ୍ବଲପୁରରୁ ଖୋର୍ଦ୍ଧା ରୋଡ୍ ଷ୍ଟେସନ୍ ମଧ୍ୟରେ ଏହି ୬ଟି ସ୍ୱତନ୍ତ୍ର ଟ୍ରେନ୍ ଚାଲିବ।
ଭୁବନେଶ୍ୱର-କୋରାପୁଟ ସ୍ପେଶାଲ ଟ୍ରେନଟି ସମ୍ବଲପୁର, ଟିଟିଲାଗଡ଼ ଓ ରାୟଗଡ଼ା ଦେଇ ଚଳାଚଳ କରିବ। ଏହି ଟ୍ରେନଟି ସପ୍ତାହକକୁ ୩ ଦିନ ଚଳାଚଳ କରିବ। ଅନ୍ୟ ୫ଟି ସ୍ପେଶାଲ୍ ଟ୍ରେନ୍ କେବଳ ଶନିବାର ଓ ରବିବାରକୁ ଛାଡ଼ି ଅନ୍ୟ ୫ ଦିନ ଯିବା ଆସିବା କରିବ। ସ୍ପେଶାଲ ଟ୍ରେନ ପାଇଁ ଟିକେଟ୍, ରିଜର୍ଭେସନ କାଉଣ୍ଟର ଓ IRCTC ୱେବସାଇଟରୁ ମିଳିବ କେବଳ କନଫର୍ମ ଟିକେଟ ଥିବା ଯାତ୍ରୀଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବ ବୋଲି ରେଲେଓ୍ୱ ପକ୍ଷରୁ ସୂଚନା ମିଳିଛି।