ଭିଜିଲାନ୍ସ ଜାଲରେ ପୋଲିସ୍‌ ବାବୁ

ଭୁବନେଶ୍ଵର, (ଓଡିଶା ଟାଇମ୍) : ଭିଜିଲାନ୍ସ ଜାଲରେ ପୋଲିସ୍‌ ବାବୁ। ବଜ୍ରାଘାତରେ ମୃତ୍ୟୁ କରିଥିବା ବ୍ୟକ୍ତିଙ୍କୁ ମିଳିଥିବା ସହାୟତା ଟଙ୍କାରେ ଭାଗ ବସାଇଲେ ପୋଲିସ୍ ବାବୁ। ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ ଭିଜିଲାନ୍ସ ବିଛାଇଥିଲା ଜାଲ । ଏହି ସହାୟତା ଟଙ୍କା ହଡ଼ପ ଘଟଣାରେ ସଂପୃ୍କ୍ତ ଥିବା ଥୁଆମୂଳ-ରାମପୁର ଏ.ଏସ.ଆଇ ଓ କନଷ୍ଟେବଲକୁ ଭିଜିଲାନ୍ସ ଅଟକ ରଖିଥିବା ବେଳେ ତଦନ୍ତ ପରେ ନୂଆ ଟ୍ବିଇଷ୍ଟ ଆସିଛି ।

୨୦୧୯ ମସିହାରେ ଥୁଆମୂଳ-ରାମପୁର ଥାନା ସାନଦର୍ଲ ଗାଁର ଧନମଣୀ ନାଏକଙ୍କ ମୃତ୍ୟୁ ବଜ୍ରାଘାତରେ ହୋଇଥିଲା।ବଜ୍ରାଘାତରେ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଭାବେ ୪ ଲକ୍ଷ ଟଙ୍କା ମିଳିଥିଲା। ଏହି ଟଙ୍କାକୁ ସେମାନଙ୍କ ପରିବାର ଭିତରେ ବଣ୍ଟାବଣ୍ଟିକୁ ନେଇ ବିବାଦ ଲାଗି ରହିଥିଲା।

ଏହାର ସମାଧାନ ପାଇଁ ଥୁଆମୂଳ-ରାମପୁର ଏଏସଆଇ ସୋମେଶ୍ବର ବାଗ ଏବଂ କନେଷ୍ଟବଲ ରଘୁମଣୀ ନାଏକ ଜରିଆରେ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିବା କୋରାପୁଟ ଏସ୍‌ପି ସୂଚନା ଦେଇଛନ୍ତି।

Leave a Reply

Your email address will not be published.