ଲଘୁଚାପ: ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ବର , (ଓଡିଶା ଟାଇମ୍) : ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। କେବଳ ବର୍ଷା ନୁହେଁ ବଜ୍ରପାତ ହେବା ନେଇ ଆଶଙ୍କା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ଆସନ୍ତା କାଲି ସକାଳ ୮ଟା ୩୦ ସୁଦ୍ଧା ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଝାରସୁଗୁଡ଼ା, ସୁବର୍ଣ୍ଣପୁର, ବୌଦ୍ଧ,କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ ଯାଜପୁର, କଟକ, ଦେବଗଡ଼ ଓ ସମ୍ବଲପୁର। ସେହିପରି ନୟାଗଡ଼,କନ୍ଧମାଳ, ଅନୁଗୁଳ, ବରଗଡ଼, ଢେଙ୍କାନାଳ ଓ ବଲାଙ୍ଗିର ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବା ନେଇ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ।