ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୫ କରୋନା ଆକ୍ରାନ୍ତ
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଉ ୭୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୫୬ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭୨ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ବେଳେ ଅନ୍ୟ ୩ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।
ଆଜି ଚିହ୍ନଟ ହୋଇଥିବା ୭୫ ସଂକ୍ରମିତଙ୍କ ମଧ୍ୟରୁ ଜଗତସିଂହପୁର ଜିଲ୍ଲାରୁ ୨ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୮ ଜଣ, କୋରାପୁଟ ଜିଲ୍ଲାରୁ ୨ ଜଣ, ଯାଜପୁର ଜିଲ୍ଲାରୁ ୭ ଜଣ, କେନ୍ଦୁଝର ଜିଲ୍ଲାରୁ ଜଣେ, ଗଞ୍ଜାମ ଜିଲ୍ଲାରୁ ଜଣେ, ନୟାଗଡ ଜିଲ୍ଲାରୁ ୪ ଜଣ, କଟକ ଜିଲ୍ଲାରୁ ୫ ଜଣ, ଅନୁଗୋଳ ଜିଲ୍ଲାରୁ ୨ ଜଣ, ଢେଙ୍କାନାଳ ଜିଲ୍ଲାରୁ ୨ ଜଣ, ବଲାଙ୍ଗୀର ଜିଲ୍ଲାରୁ ୫ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୮ ଜଣ, ପୁରୀ ଜିଲ୍ଲାରୁ ଜଣେ, ନୂାପଡା ଜିଲ୍ଲାରୁ ଜଣେ, ସୋନପୁର ଜିଲ୍ଲାରୁ ୩ ଜଣ ଏବଂ କେନ୍ଦ୍ରାପଡା ଜିଲ୍ଲାରୁ ୩ ଜଣ ରହିଛନ୍ତି ।