ସୁସ୍ଥ ହେଲେ ଆଉ ୧୧୨ କରୋନା ଆକ୍ରାନ୍ତ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

ଭୁବନେଶ୍ଵର, (ଓଡିଶା ଟାଇମ୍) : ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ବହୁ ସଂଖ୍ୟାରେ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି । ଶନିବାର ରାଜ୍ୟରେ ଆଉ ୧୧୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଆଜି ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୩ ଜଣ କେନ୍ଦ୍ରାପଡାରୁ ଥିବା ବେଳେ ବଲାଙ୍ଗୀରରୁ ୧୬ ଓ ଯାଜପୁରରୁ ୧୧ ଜଣ ରହିଛନ୍ତି । ସେହିପରି ସୁନ୍ଦରଗଡରୁ ୧୦, ଜଗତସିଂପୁରରୁ ୮, ଗଞ୍ଜାମରୁ ୭, ଖୋର୍ଧାରୁ ୭, କଟକ ଓ ସୋନପୁରରୁ ୪ଜଣ ଲେଖାଏଁ ଏବଂ ବାଲେଶ୍ୱର, ପୁରୀ ଓ ସମ୍ବଲପୁରରୁ ୩ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ନୟାଗଡର ୨ ଜଣ ଓ ମୟୂରଭଞ୍ଜର ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ୧୭୧୬ ଆକ୍ରାନ୍ତ ସୁସ୍ଥ ହେଲେଣି ।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୮୧କୁ ଛୁଇଁଛି। ତେବେ ୮ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି।

Leave a Reply

Your email address will not be published.