ଟ୍ରେନ୍‌ରେ ଶିଶୁପୁତ୍ର ଜନ୍ମଦେଲେ ମହିଳା

ଭୁବନେଶ୍ବର, (ଓଡିଶା ଟାଇମ୍) : ତେଲେଙ୍ଗାନାର ଲିଙ୍ଗମପାଲିରୁ ବଲାଙ୍ଗିର ଆସୁଥିବା ଏକ ସ୍ପେଶାଲ ଟ୍ରେନ୍‌ରେ ଜଣେ ମହିଳା ଏକ ଶିଶୁପିତ୍ରକୁ ଜନ୍ମ ଦେଇଛନ୍ତି। ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକର ଥୋଡ଼ିବାହଲ ଗାଁରୁ ଇନ୍ଦୁରା ଛୁରା ଓ ତାଙ୍କ ପତ୍ନୀ ମୀନା କୁମ୍ଭାର କାମ କରିବା ପାଇଁ ତେଲେଙ୍ଗାନାର ଲିଙ୍ଗମପାଲିକୁ ଯାଇଥିଲେ । ଲକ୍‌ଡାଉନ୍‌ ଯୋଗୁ କାମ ବନ୍ଦ ହେବାରୁ ଶ୍ରମିକ ସ୍ପେଶାଲ ଟ୍ରେନରେ ଘରକୁ ଫେରୁଥିଲେ ଦମ୍ପତି । କିନ୍ତୁ ଟ୍ରେନ୍‌ରେ ମୀରାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ସେହି ଟ୍ରେନ୍‌ରେ ହିଁ ମୀରା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ।

ଟ୍ରେନ୍‌ଟି ଟିଟିଲାଗଡ଼ ଷ୍ଟେସନ୍‌ରେ ପହଞ୍ଚିବା ପରେ ଏଡିଏମ୍‌ଓ(ଇଊଗଙ)ଙ୍କ ପରାମର୍ଶ ପରେ ଉଭୟ ମାଓ ଶିଶୁଙ୍କୁ ସ୍ଥାନୀୟ ଉପଖଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସେମାନେ ସୁସ୍ଥ ଥିବା ଜଣାପଡ଼ିଛି । ସ୍ପେଶାଲ ଟ୍ରେନରେ ଏହା ତୃତୀୟ ପ୍ରସବ ଘଟଣା ବୋଲି ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published.