ସଟଡ଼ାଉନ ସମୟରେ କଣ ଖୋଲା ରହିବ? ଜାଣନ୍ତୁ..
ଭୁବନେଶ୍ବର, (ଓଡିଶା ଟାଇମ୍) : କରୋନା ସଂକ୍ରମଣ ରୋକିବା ପାଇଁ ୧୧ ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟ୍ଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର। ପ୍ରତି ଶନିବାର ଓ ରବିବାର ୧୧ ଜିଲ୍ଲାକୁ ସଟ୍ଡାଉନ୍ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର,ଗଞ୍ଜାମ, ପୁରୀ, ନୟାଗଡ଼, ଭଦ୍ରକ, ବାଲେଶ୍ୱର, ବଲାଙ୍ଗିର ଓ ଖୋର୍ଦ୍ଧା ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟ୍ଡାଉନ୍ ଘୋଷଣା ହୋଇଛି। ଜୁନ୍ ୩୦ ଯାଏ ଏହି ନିୟମ ଲାଗୁ ହେବ।
ସଟଡ଼ାଉନ ସମୟରେ କଣ ଖୋଲା ରହିବ
ସଟଡ଼ାଉନ ସମୟରେ ଏୟାରପୋର୍ଟ, ରେଳ ଷ୍ଟେସନ, ବସ ଟର୍ମିନାଲ, ଫୁଡ଼ ହୋମ ଡ଼େଲିଭରି, ଖବରକାଗଜ ବିତରଣ ସକାଳ ୫ଟାରୁ ୮ଟା, ଏଲପିଜି ବିତରଣ କେନ୍ଦ୍ର, ରନ୍ଧନ ଗ୍ୟାସ ହୋମ ଡ଼େଲିଭରି ଖୋଲା ରହିବ । ଏହାସହ ତତସମ୍ବନ୍ଧୀୟ ବାହାନ ଚଳାଚଳ ଓ କର୍ମଚାରୀଙ୍କୁ କାର୍ଯ୍ୟ ଅନୁମତି ମିଳିଛି । ହସ୍ପିଟାଲ କିମ୍ବା ଅତି ଜରୁରୀ କାର୍ଯ୍ୟ ଥିଲେ ହିଁ ବାହାରକୁ ଆସିବା ପାଇଁ ଅନୁମତି ମିଳିଥିବା ସୂଚନା ରହିଛି ।