କେରଳ ଗର୍ଭବତୀ ହାତୀ ହତ୍ୟା ଘଟଣା : ଜଣେ ଦୋଷୀ ଗିରଫ
ଭୁବନେଶ୍ବର, (ଓଡିଶା ଟାଇରଳର ପାଲକ୍କଡ ଜିଲ୍ଲାରେ ଗୋଟିଏ ଗର୍ଭବତୀ ହାତୀକୁ ସପୁରୀ ପଣସ ଭିତରେ ବିସ୍ଫୋରକ ଭର୍ତ୍ତି କରି ଖାଇବାକୁ ଦେଇ ନିର୍ମମ ଭାବେ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏନେଇ କେରଳ ରାଜ୍ୟ ଜଙ୍ଗଲ ମନ୍ତ୍ରୀ କେ ରାଜୁ ସୂଚନା ଦେଇଛନ୍ତି। କେରଳରେ ଏପରି ଅମାନୁଷିକ ଭାବେ ଗୋଟେ ଗର୍ଭବତୀ ହାତୀକୁ ହତ୍ୟା ଘଟଣା ଘଟିବା ପରେ ସମଗ୍ର ଦେଶରେ ତିବ୍ର ପ୍ରତିକ୍ରିୟା ଦେଖାଦେଇଥିଲା । ଏହି ଘଟଣାକୁ ନେଇ କ୍ରୀଡା , ଫିଲ୍ମ ଓ ଶିଳ୍ପ ଜଗତ ସମେତ ସାରା ଦେଶର ସାଧାରଣ ନାଗରିକ ସ୍ବର ଉତ୍ତେଳନ କରିବା ସହ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । କେନ୍ଦ୍ର ସରକାର ମଧ୍ୟ ଏହି ଘଟଣାକୁ ଗୁରୁତର ସହ ନେବା ସହ କେରଳ ସରକାରଙ୍କୁ ରିପୋର୍ଟ ମାଗିଥିଳେ । କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଘଟଣାକୁ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଦେଇଛନ୍ତି l
ଅନ୍ୟପଟେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ କହିଛନ୍ତି ଯେ କେରଳ ସରକାର ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି । କେରଳ ପୁଲିସ ଏବଂ ବନ୍ୟଜନ୍ତୁ ଅପରାଧୀ ଯାଞ୍ଚ ଟିମ୍ ନଜରରେ ୩ ଜଣ ସନ୍ଦିଗ୍ଧ ଅପରାଧୀଙ୍କ ଉପରେ ରହିଛି । ଯାଞ୍ଚ କରୁଥିବା ଟିମ୍ ଘଟଣାସ୍ଥଳକୁ ଯାଇ ଅଧିକ ପ୍ରମାଣ ସଂଗ୍ରହ କରୁଛନ୍ତି । ଜଣେ ଦୋଷୀଙ୍କ ଯାଞ୍ଚ ଟିମ୍ ଗିରଫ କରି ପଚରାଉଚୁରା କରୁଥିବା ବେଳେ ଖୁବ୍ ଶିଘ୍ର ଅନ୍ୟମାନେ ଗିରଫ ହେବେ ଏବଂ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ କହିଛନ୍ତି ।
ସେ ଆହୁରିମଧ୍ୟ କହିଛନ୍ତି କେନ୍ଦ୍ରମନ୍ତ୍ରୀଙ୍କ ସମେତ କିଛି ବ୍ୟକ୍ତି ଏହି ଘଟଣାକୁ ବ୍ୟବହାର କରି ରାଜ୍ୟର ଭାବମୂର୍ତ୍ତି କ୍ଷୁର୍ଣ୍ଣ କରୁଛନ୍ତି । ସେମାନଙକୁ ମୁଖ୍ୟମନ୍ତ୍ରୀ ଭାବରେ ପ୍ରତିଶ୍ରୁତି ଦେଉଛି କି ଏହି ଘଟଣାରେ ଯିଏ ବି ଦୋଷୀ ସାବ୍ୟସ୍ତ ହେବେ ତାଙ୍କୁ କେରଳ ସରକାର ଉଚିତ ଦଣ୍ଡର ପ୍ରାବଧାନ କରିବ ।