ରାଜ୍ୟ ପାଇଁ ଭଲ ଖବର, ସୁସ୍ଥ ହେଲେ ଆଉ ୬୫ କୋରୋନା ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟ ପାଇଁ ଖୁସି ଖବର । ରାଜ୍ୟରେ ଆହୁରି ୬୫ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାସହ ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୪୮୧ରେ ପହଁଚିଛି ।

ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମର ୧୪ଜଣ ଥିବା ବେଳେ ଜଗତସିଂପୁର ଓ କେନ୍ଦ୍ରପଡ଼ାର ୧୦ଜଣ ଲେଖାଏଁ ରହିଛନ୍ତି । ଭଦ୍ରକକୁ ୮, କେଉଁଝରରୁ ୭, ବଲାଙ୍ଗିରରୁ ୬, ଖୋର୍ଧାରୁ ୩, ବାଲେଶ୍ଵର ଓ ଯାଜପୁରରୁ ୨ଜଣ ଲେଖାଏ ଓ ଢେଙ୍କାନାଳ, ଝାରସୁଗୁଡା ଓ କନ୍ଧମାଳରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏ ନେଇ ରାଜ୍ଯ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷ୍ୟରୁ ସୂଚନା ଦିଆଯାଇଛି l

Leave a Reply

Your email address will not be published.