ପ୍ରଖ୍ୟାତ ସାହିତ୍ୟିକ ନିତ୍ୟାନନ୍ଦ ଶତପଥୀଙ୍କ ପରଲୋକ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ପ୍ରଖ୍ୟାତ ସାହିତ୍ୟିକ, ପ୍ରାବନ୍ଧିକ ତଥା ସମାଲୋଚନ ପ୍ରଫେସର ନିତ୍ୟାନନ୍ଦ ଶତପଥୀଙ୍କ ଆଜି ପରଲୋକ ଘଟିଛି । ୮୩ ବର୍ଷ ବୟସରେ ଇହଲିଳା ସମ୍ବରଣ କରିଛନ୍ତି । କିଛି ଦିନ ହେଲା ସେ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଜକୃତ କର୍କଟ ରୋଗରେ ପୀଡିତ ଥିବା ନିତ୍ୟନନ୍ଦ ଶତପଥୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି ।

୧୯୩୭ମସିହା ଅକ୍ଟୋବର ୨୫ତାରିଖରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଗରେଇ ଶାସନଠାରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୬୦ ଓ ୧୯୬୨ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ । ୧୯୬୨ରୁ ୧୯୬୯ ଯାଏଁ ରେଭେନ୍ସା ମହାବିଦ୍ୟାଳୟରେ ଓ ୧୯୭୬ରୁ ୧୯୯୨ ଯାଏଁ ଉତ୍କଳ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗରେ ଅଧ୍ୟାପନା କରିଥିଲେ ଓ ସତ୍ୟବାଦୀ ଚେୟାରର ପ୍ରଫେସର ଥାଇ ୧୯୯୭ ମସିହାରେ ସେବା ନିବୃତ ହୋଇଥିଲେ ।୧୯୬୫ମସିହା ବେଳକୁ ସେ ରେଭେନ୍ସା ନୈଶ ମହାବିଦ୍ୟାଳୟରେ ଅଧ୍ୟାପନା କରୁଥିଲେ । ୧୯୭୬ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପି.ଏଚ.ଡି ଲାଭ କରିଥିଲେ । ସେହି ସମୟରେ ପୂଜ୍ୟପୂଜା ସଂସଦ ଆନୁକୁଲ୍ୟରେ, ଗୋପବନ୍ଧୁଙ୍କ ଜନ୍ମଦିବସରେ ସେ ସାକ୍ଷୀଗୋପାଳକୁ ଏକ ସଭାକାର୍ୟ୍ୟରେ ଯୋଗଦେବାକୁ ଯାଇଥାନ୍ତି । ସେଠାରେ ଭାଷଣ ଦେବା ଅବସରରେ ଜଣେ ଶ୍ରୋତା ଅଭିଯୋଗ କଲେ ଯେ, ଗୋପବନ୍ଧୁଙ୍କ ପୂର୍ଣ୍ଣାଙ୍ଗ ଜୀବନୀ ଲେଖାଯାଇନାହିଁ । ସେହି ସଭାରେ ନିତ୍ୟାନନ୍ଦ ପ୍ରତିଶ୍ରୁତି ଦେଇଥିଲେ ଯେ, ସେ ୩ ବର୍ଷ ମଧ୍ୟରେ ଗୋପବନ୍ଧୁଙ୍କ ପୂର୍ଣ୍ଣାଙ୍ଗ ଜୀବନୀ ଲେଖି ପ୍ରକାଶ କରାଇବେ । ସେଠାରୁ ଆରମ୍ଭ ହୋଇଥିଲା ନିତ୍ୟାନନ୍ଦଙ୍କର ପ୍ରଥମ ପୁସ୍ତକ ଲିଖନ । ନିତ୍ୟାନନ୍ଦ ବହୁ ସାହିତ୍ୟିକ ଓ ସାମାଜିକ ଅନୁଷ୍ଠାନ ସହିତ ଜଡିତ ରହିଆସିଛନ୍ତି । ସେ ମଧ୍ୟରୁ ପୂଜ୍ୟପୂଜା ସଂସଦ, ଶାରଳା ପୁରସ୍କାର, ସାମ୍ପ୍ରତିକ, ଓଡ଼ିଶା ସାହିତ୍ୟ ଏକାଡେମୀ ଆଦି ଅନ୍ୟତମ । ଶାରଳା ପୁରସ୍କାର ତାଙ୍କରି ସମ୍ପାଦନାରେ ପ୍ରତିଷ୍ଠା କରାଯାଇଥିଲା ।

Leave a Reply

Your email address will not be published. Required fields are marked *