ମଧ୍ୟପ୍ରଦେଶ ଫେରିଗଲେ ପଙ୍ଗପାଳ

ଭୁବନେଶ୍ବର, (ଓଡିଶା ଟାଇମ୍) : ଛତିଶଗଡ ରାଜ୍ୟରୁ ମଧ୍ୟପ୍ରଦେଶ ପଳାଇଲେ ପଙ୍ଗପାଳ । ମଧ୍ୟପ୍ରଦେଶର ଶାହଡୋଲ ଜିଲ୍ଲା ଜେସି ନଗରକୁ ପଳାଇଥିବା ଜଣାପଡିଛି । ପଙ୍ଗପାଳ ଆଉ ଛତିଶଗଡ ଯିବା ସମ୍ଭ।ବନା ନାହିଁ । ଯେଉଁ ରାସ୍ତା ଦେଇ ଆସିଥିଲେ, ସେହି ରାସ୍ତାରେ ପଙ୍ଗପାଳ ପଳାଇଲେ ବୋଲି ଛତିଶଗଡ କୋରିଆ ଜିଲ୍ଲାର କୃଷି ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ଅନ୍ୟପଟେ ପଙ୍ଗପାଳଙ୍କ ଓଡିଶା ଗସ୍ତ ନେଇ ସେ କହିଛନ୍ତି ଯେ, ବର୍ତ୍ତମାନ ଓଡିଶା ଯିବାର ସମ୍ଭାବନା ନାହିଁ ।
ଅପରପକ୍ଷେ ମନିନ୍ଦ୍ରଗଡ଼ରୁ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଔଷଧ ସିଞ୍ଚନ କାମ ଆରମ୍ଭ କରିଥିଲେ । କୀଟନାଶକ ସିଞ୍ଚନ ପରେ ବହୁ ପରିମାଣରେ ପଙ୍ଗପାଳ ଧ୍ବଂସ ମଧ୍ୟ ହୋଇଯାଇଥିଲେ । ଏହାପରେ ସେମାନେ ମଧ୍ୟପ୍ରଦେଶ ଆଡ଼କୁ ପଳାଇଥିବା ଜଣାଯାଇଛି । ଏହି ପଙ୍ଗପାଳ ଦଳ ଓଡ଼ିଶାରେ ପହଞ୍ଚିଲେ ବହୁ ପରିମାଣର ଫସଲ ନଷ୍ଟ କରିବାର ଆଶଙ୍କା ଥିବାରୁ ରାଜ୍ୟର ଚାଷୀଙ୍କ ଭିତରେ ସଚେତନ ସୃଷ୍ଟି କରିବା ପ୍ରଦିଦିନ ସ୍ଥିତିର ଯାଞ୍ଚ ଓ ଆବଶ୍ୟକ କୀଟନାଶକ ମହଜୁଦ୍ ରଖୁବାକୁ ରାଜ୍ୟ କୃଷି ବିଭାଗ ନିର୍ଦ୍ଦେଶ ଦେଇଛି ।

Leave a Reply

Your email address will not be published.