ଜୁନ୍‌ରେ ଓଡ଼ିଶାରେ ପହଞ୍ଚି ଯାଇ ପାରନ୍ତି ପଙ୍ଗପାଳ, ଗୋଲାପି ରଙ୍ଗର ପଙ୍ଗପାଳ ଅଧିକ କ୍ଷତିକାରକ

ଭୁବନେଶ୍ବର, (ଓଡିଶା ଟାଇମ୍) : ଜୁନ୍‌ରେ ଓଡ଼ିଶାରେ ପହଞ୍ଚି ଯାଇ ପାରନ୍ତି ପଙ୍ଗପାଳ । କେନ୍ଦ୍ର ସରକାରଙ୍କ ଆକଳନ ଅନୁସାରେ ଯଦି ଏମାନେ ଓଡ଼ିଶାକୁ ଆସନ୍ତି, ତେବେ ସ୍ଥିତି ମୁକାବିଲା ପାଇଁ କ’ଣ ସବୁ ପଦକ୍ଷପ ଗ୍ରହଣ କରାଯିବ, ସେ ନେଇ ରାଜ୍ୟ ସରକାର ପ୍ରସ୍ତୁତ ଆରମ୍ଭ କରିଛନ୍ତି । ଏଥିପାଇଁ ଓଡିଶା ଚାଷୀଙ୍କୁ ସଚେତନ ଓ ସତର୍କ ରହିବାକୁ ଓୟୁଏଟି ପରାମର୍ଶ ଦେଇଛି । ଓୟୁଏଟିର ଡିନ ଲଳିତ ମୋହନ ଗଡନାୟକ ଏନେଇ ସୂଚନା ଦେଇ କହିଛନ୍ତି । ଚାଷୀ ମାନଙ୍କୁ ଟିଭି ଓ ଅନ୍ୟ ମାଧ୍ୟମରେ ସଚେତନ କରାଯିବ । ଜିଲ୍ଲା ଓ ବ୍ଲକ ସ୍ତରରୁ ପ୍ରତ୍ୟକ ଦିନ ରିପୋର୍ଟ ସଂଗ୍ରହ କରାଯିବ । କୃଷି ନିର୍ଦ୍ଦେଶକଙ୍କ ଅଧିନରେ କଂଟ୍ରୋଲ ରୁମ୍ ଖୋଲାଯାଇଛି । ତେବେ ସବୁ ଝିଂଟିକା ପଙ୍ଗପାଳ ନୁହଁନ୍ତି ବୋଲି । ଗୋଲାପି ରଙ୍ଗର ପଙ୍ଗପାଳ ଅଧିକ କ୍ଷତିକାରକ । ହଳଦିଆ ରଙ୍ଗର ହେଲେ ବିପଦ ନାହିଁ ।

ଅନ୍ୟପକ୍ଷରେ କିଟତତ୍ତ୍ୱବିତ୍‌ କହିଛନ୍ତି, ପଙ୍ଗପାଳ ମୌସୁମୀ ପୂର୍ବରୁ ଆସିବେ ଏବଂ ବର୍ଷା ଆରମ୍ଭ ହେଲେ ପୁଣି ପଳାଇଯିବେ । ପାକିସ୍ତାନ ପଟୁ ଦେଶକୁ ପଶି ଆସିଥିବା ପଙ୍ଗପାଳଙ୍କୁ ନେଇ ବିଭିନ୍ନ ରାଜ୍ୟର ଚାଷୀଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଥିବାବେଳେ ବାଲେଶ୍ୱର ଜିଲ୍ଲାରେ ଝିଣ୍ଟିକା ସଦୃଶ କୀଟକୁ ନେଇ ଭୟଭୀତ ଲୋକେ। ଏହି କୀଟ ବ୍ୟାପକ ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି ।

ଏଗ୍ରିକଲଚର ଆଣ୍ଡ ଫୁଡ ପ୍ରଡକସନ ଡାଇରେକ୍ଟର ଏମ ମୁଥୁ କୁମାର କହିଛନ୍ତି , ମୌସୁମୀ ଓଡିଶା ଛୁଇଁବା ପରେ ପବନର ଦିଗ ପରିବର୍ତନ ଉପରେ ସବୁକିଛି ନିର୍ଭର କରୁଛି । ତେଣୁ ପଙ୍ଗପାଳ ଆସିବେ କି ନାହିଁ ସେତେବେଳେ ଅଧିକ ସ୍ପଷ୍ଟ ହୋଇପାରିବ । 

Leave a Reply

Your email address will not be published.