ବଲିଉଡ୍ ଗୀତିକାର ଯୋଗେଶ ଗୌରଙ୍କର ପରଲୋକ

ମୁମ୍ବାଇ, (ଓଡିଶା ଟାଇମ୍) : ବଲିଉଡ୍‌ର ମହାନ ଗୀତିକାର ଯୋଗେଶ ଗୌରଙ୍କର ୭୭ ବର୍ଷ ବୟସରେ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁରେ ସାରା ବଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି। କୋକିଳ କଣ୍ଠି ଲତା ମଙ୍ଗେଶକରଙ୍କ ସମେତ ବହୁ ବଲିଉଡ୍ ସେଲେବ୍ରିଟି ତାଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି। ଯୋଗେସଙ୍କୁ ବିଶେଷ କରି ‘ଆନନ୍ଦ’ ଫିଲ୍ମର ସେ ଲେଖିଥିବା ‘ଜିନ୍ଦେଗି କେସି ହେ ପହେଲି ହାୟ’ ଗୀତ ପାଇଁ ଜଣାଯାଏ। ଏହି ଗୀତଟି ଆଜି ବି ଦର୍ଶକଙ୍କ ମନରେ ଘର କରି ରହିଛି।

ବିଶେଷ କରି ଯୋଗେଶ ଫିଲ୍ମ ‘ମିଲି’ର ‘ଆଏ ତୁମ୍ ୟାଦ ମୁଝେ’ ଛୋଟି ସି ବାତ୍ ଫିଲ୍ମର ‘ଜାନେ କ୍ୟୁଁ ହୋତା ହୈ ୟେ ଜିନ୍ଦେଗୀ କେ ସାଥ୍’, ଫିଲ୍ମ ‘ରଜନୀଗନ୍ଧା’ର ‘କଇ ବାର୍ ୟୁଁ ଭି ଦେଖା ହେ’ ଏବଂ ‘ରିମ୍‌ଝିମ୍ ଗିର୍ ସାୱାନ୍ ସୁଲଗ୍ ସୁଲଗା ଯାଏ ମନ୍’, ‘ନା ବୋଲେ ତୁମ୍ ନା ମେନେ ମେନେ କୁଛ୍ କାହା’ ଗୀତ ପାଇଁ ବେଶ୍ ଜଣାଶୁଣା।

ଯୋଗେଶ ମାତ୍ର ୧୬ ବର୍ଷ ବୟସରେ ଲ‍କ୍ଷ୍ନୌରୁ ମୁମ୍ବାଇ ଆସିଥିଲେ ଓ ଏକ ଫିଲ୍ମରେ ଗୀତ ଲେଖିଥିଲେ। ଏହାକୁ ଋଷିକେଶ ମୁଖାର୍ଜୀ ଶୁଣିବାକୁ ପାଇଥିଲେ ଯାହାପରେ ସେ ତାଙ୍କୁ ‘ଆନନ୍ଦ’ ଚଳଚ୍ଚିତ୍ରରେ ସୁଯୋଗ ଦେଇଥିଲେ। ଏହି ଫିଲ୍ମରେ ଯୋଗେଶ ‘ଦିନ୍ ଯବ୍ ଢଲ୍ ଯାଏ’ ଏବଂ ‘ଜିନ୍ଦେଗି କେସି ହେ ପହେଲି ହାଏ’ ଗୀତ ଗାଇଥିଲେ ଯାହାକି ବହୁତ ହିଟ୍ ହୋଇଥିଲା। ଏହାପରେ ସେ ‘ଏକ୍ ରାତ୍’, ‘ମିଲି’, ‘ଆନନ୍ଦ’, ‘ଅଜା ମେରି ଜାନ’, ‘ମଞ୍ଜିଲେ ଔର୍ ଭି ହେ’, ‘ରଜନୀଗନ୍ଧା’, ‘ମଞ୍ଜିଲ୍’, ‘ଆନନ୍ଦ ମହଲ’, ‘ବେୱାଫା ସନମ୍’, ‘ଜିନା ୟାହାଁ’, ‘ଛୋଟିସି ବାତ୍’, ଭଳି ହିଟ୍ ଫିଲ୍ମ ପାଇଁ ଗୀତ ଲେଖିଥିଲେ।

Leave a Reply

Your email address will not be published. Required fields are marked *