ଆସନ୍ତାକାଲି ବସିବ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆସନ୍ତାକାଲି ବସିବ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ପୁର୍ବଭଳି ଭିଡିଓ କନଫେରେନସିଂ ଜରିଆରେ ବସିବାକୁ ଥିବା ଏହି ବୈଠକରେ, ସ୍ଥାୟୀ ଅଧ୍ୟକ୍ଷ ଥିବା ଗଜପତି ମହାରାଜା ଅଧ୍ୟକ୍ଷତା କରିବେ । ପୂର୍ବାହ୍ନ ୧୧ଟାରେ ଏହି ବୈଠକ ବସିବା ନେଇ ସୂଚନା ମିଳିଛି ।

ଏହି ବୈଠକରେ କାର୍ଯ୍ୟକାରୀ ଅଧ୍ୟକ୍ଷ ସୁରେଶ ମହାପାତ୍ର, ଜିଲ୍ଲାପାଳ ବଲୱନ୍ତ ସିଂ, ମୁଖ୍ୟ ପ୍ରଶାସକ ଶ୍ରୀକ୍ରୀଷନ କୁମାର, ଏସପି ଉମାଶଂକର ଦାସ ଆଦି ମଧ୍ୟ ବୈଠକରେ ଉପସ୍ଥିତ ରହିବେ । ସମସ୍ତ ପରିଚାଳନା କମିଟି ସଦସ୍ୟ, ସେବାୟତ ପ୍ରତିନିଧି ଯୋଗ ଦେବାର ମଧ୍ୟ କାର୍ୟ୍ୟକ୍ରମ ରହିଛି । ଗଜପତି ମହାରାଜା ଦିବ୍ୟସିଂହ ଦେବ, ସୁରେଶ ମହାପାତ୍ର ଓ କ୍ରୀଷନ କୁମାର ଭୁବନେଶ୍ୱର ଓକାକ୍ ର ଭିସିରେ ଯୋଗଦେବେ ଓ ଅନ୍ୟମାନେ ପୁରୀ ଜିଲ୍ଲା ଭିସି କକ୍ଷରେ ରହିବେ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *