ଭୁବନେଶ୍ୱରରେ କାଳ ବୈଶାଖୀ ତାଣ୍ଡବ
ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ଭୋରରୁ ଭୁବନେଶ୍ୱର ସହ ଏହାର ଆଖପାଖ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି। ଜୋରରେ ପବନ ବହିବାରୁ କିଛି ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି ।
ବିଜୁଳି, ଘଡଘଡି ସହ ବର୍ଷା ପବନ ଘଣ୍ଟାଏ ଧରି ଅସ୍ତବ୍ୟସ୍ତ କରି ପକାଇଥିଲା । ଘଣ୍ଟାଏ ବର୍ଷାରେ ରାଜଧାନୀର ଅନେକ କଲୋନୀରେ ପାଣି ଲହଡି ମାରୁଛି । ଭୁବନେଶ୍ବରର ଅନେକ ସ୍ଥାନରେ ନାଳ କାମ ସରିନଥିବାରୁ ବର୍ଷା ପାଣି ଜମି ରହିଛି ।
ପ୍ରବଳ ପବନରେ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି । କିଛି ସ୍ଥାନରେ ବିଦ୍ୟୁତ୍ ତାର ଛିଣ୍ଡି ପଡିଥିବାରୁ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଯାଇଛି । ଭୁବନେଶ୍ବର ଉପକଣ୍ଠରେ ମଧ୍ୟ କାଳବୈଶାଖୀ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି ।