କାଲିଠୁ ଖରାକମ୍‌, ଗରମ ବି କମ୍‌

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ଶୁକ୍ରବାରଠାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନର ତାପମାତ୍ରା  ହ୍ରାସ ପାଇବ। ଏହାଦ୍ଵାରା ଆସନ୍ତା କିଛିଦିନ  ଟାଣ ଖରାରୁ  ଆଶ୍ୱସ୍ତି ମିଳିପାରେ ବୋଳି ସମ୍ଭାବନା ବ୍ୟକ୍ତ କରିଛି ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟର ପରିବେଶ ଓ ଜଳବାୟୁ କେନ୍ଦ୍ର । ଜୁନ୍‌ ୭ ଯାଏ ଏମିତି କମ୍‌ ତାପମାତ୍ରା ରହିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଶୁକ୍ରବାର ଓ ଶନିବାର ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରିରୁ ଅଧିକା ରହିବାର ସମ୍ଭାବନା ରହିଥିବା ବେଳେ ସୋମବାର ଠାରୁ ତାପମାତ୍ରା ୩୫ ରୁ ୩୭ ଡିଗ୍ରୀ ମଧ୍ୟକୁ ଖସି ଆସିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି ।  ଜୁନ୍ ୭ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର ତାପମାତ୍ରା ୩୫ ଡିଗ୍ରୀ ମଧ୍ୟରେ ରହିବ ବୋଲି ସୂଚନା ଦିଆଯାଇଛି ।

ଅନ୍ୟପଟେ ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର, ଭଦ୍ରକ, କନ୍ଧମାଳ, ରାୟଗଡା ଏବଂ କେରାପୁଟ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଆସନ୍ତା ଶନିବାର ପର୍ଯ୍ୟନ୍ତ କାଳବୈଶାଖୀର ସମ୍ଭାବନା ରହିଛି । ସେହପିରି ମେ ୩୧ ରୁ ଜୁନ୍ ୫ ମଧ୍ୟରେ ଓଡ଼ିଶାର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *