ସୁସ୍ଥ ହେଉଛନ୍ତି ବିଜୟ ମହାନ୍ତି, ସୂଚନା ଦେଲେ ଅଭିନେତା ଶ୍ରୀତମ ଦାସ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଧୀରେ ଧୀରେ ସୁସ୍ଥ ହେଉଛନ୍ତି ବରିଷ୍ଠ ଓଡ଼ିଆ ଅଭିନେତା ବିଜୟ ମହାନ୍ତି । ଏନେଇ ଅଭିନେତା ତଥା ଓଡ଼ିଶା ସିନେ ଆର୍ଟିଷ୍ଟ ଆସୋସିଏସନର ସାଧାରଣ ସଂପାଦକ ଶ୍ରୀତମ ଦାସ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ବିଜୟ ମହାନ୍ତି ଆଇସିୟୁରେ ଅଛନ୍ତି । ତେବ ତାଙ୍କ ଅକ୍ସିଜେନ ଚାଲୁ ରହିଛି । ତାଙ୍କର ଅବସ୍ଥା ଭଲ ରହିଛି । ସୋସିଆଲ ମିଡିଆରେ ବିଜୟ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗୁଜବ ସୃଷ୍ଟି ନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ବିଜୟ ମହାନ୍ତିଙ୍କ ହୃଦଘାତ ହୋଇଥିବା ନେଇ ପତ୍ନୀ ତନ୍ଦ୍ରା ରାୟ କହିଥିଲେ । ପ୍ରଥମେ ତାଙ୍କୁ ଭେଣ୍ଟିଲେଟର ରଖାଯାଇଥିଲା । ପରେ ସ୍ୱାସ୍ଥ୍ୟାବସ୍ଥା ସୁଧୁରିବାରୁ ଆଇସିୟୁକୁ ଅଣାଯାଇଥିଲା । ଏବେ ଅକ୍ସିଜେନ୍‌ ସପୋର୍ଟରେ ଅଛନ୍ତି ଏବଂ ଅପେକ୍ଷାକୃତ ଭାବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରିଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *