ରଥଯାତ୍ରାରେ କୋଭିଡ୍ ଚିନ୍ତା: ୭୫ ଦଇତା ସେବକଙ୍କ ନମୁନା ସଂଗ୍ରହ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ରଥଯାତ୍ରାକୁ କୋଭିଡ୍ ସଂକ୍ରମଣରୁ ଦୂରରେ ରଖିବା ତଥା ଆବଶ୍ୟକ ନିୟମାବଳୀକୁ ପାଳନ କରି ସୁରୁଖୁରରେ କାର୍ଯ୍ୟ ସମ୍ପାଦନ ଲାଗି ପ୍ରଶାସନ ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛି। ଏହିକ୍ରମରେ ଆଜି ସକାଳେ ୭୫ଜଣ ଦଇତା ପତି ସେବକଙ୍କ ନମୁନା ପରୀକ୍ଷଣ ପାଇଁ ସଂଗ୍ରହ କରାଯାଇଛି। ରାଜ୍ୟ ସରକାରଙ୍କ ଦ୍ଵାରା ଏହି ନମୁନାର ପରୀକ୍ଷଣ କରାଯିବ। ନମୁନା ରିପୋର୍ଟ ଆସିଲେ ସେମାନଙ୍କୁ ଆବଶ୍ୟକ ନୀତି ସମ୍ପାଦନରେ ନିୟୋଜିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଖାଲି ସେତିକି ନୁହେଁ, ପର୍ଯ୍ୟାୟ କ୍ରମେ ନିୟୋଜିତ ହେବାକୁ ଥିବା ସମସ୍ତଙ୍କ କୋଭିଠ୍-୧୯ ପରୀକ୍ଷଣ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି।
ରଥଖଳାରେ ମହାରଣା ସେବକଙ୍କୁ ବେଶ୍ ସନ୍ତର୍ପଣ ରକ୍ଷା କରିବାକୁ କୁହାଯାଇଛି। ଏଥିଲାଗି ପ୍ରତି ଦିନ ସେମାନଙ୍କ ଥର୍ମାଲ୍ ସ୍କାନିଂ କରାଯାଉଛି। ମୁହଁରେ ମାସ୍କ ପିନ୍ଧି କାର୍ଯ୍ୟ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଆଜି ସକାଳେ ମଧ୍ୟ ଥର୍ମାଲ୍ ସ୍କାନିଂ କରାଯିବା ପରେ ସମସ୍ତ ମହାରଣା ସେବକ ସୁସ୍ଥ ଥିବା ପ୍ରଶାସନ କହିଛି।