କ୍ବାରେଣ୍ଟାଇନ‌ ସେଣ୍ଟରରେ ରୋଷେଇ ଚାଲିଥିବାବେଳେ ଫାଟିଗଲା ଗ୍ୟାସ୍‌ ସିଲିଣ୍ଡର, ରୋଷେୟା ଆହତ

ଭୁବନେଶ୍ୱର,(ଓଡଶା ଟାଇମ୍): କ୍ୱାରେଣ୍ଟାଇନ ସେଣ୍ଟରରେ ରୋଷେଇ ଚାଲିଥିବା ବେଳେ ଗ୍ୟାସ ସିଲିଣ୍ଡର ଫାଟି ରୋଷେୟା ଆହତ । ଅଳ୍ପରେ କର୍ତ୍ତିଲେ ୩୨ ପ୍ରବାସୀ । ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ କରିଛି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ ଜଳମଣ୍ଡୁଆ ପଞ୍ଚାୟତର ଭାଗିବିନ୍ଧା କ୍ଵାରେଣ୍ଟାଇନ୍ ସେଣ୍ଟରରେ ପ୍ରବାସୀଙ୍କ ପାଇଁ ରୋଷେଇ ଚାଲିଥବା ବେଳେ ହଠାତ ଗ୍ୟାସ୍ ଟାଙ୍କି ଫାଟି ଯାଇଥିଲା । ଯାହା ଫଳରେ ରୋଷେଆ ଆହତ ହେବା ସହ ରୋଷେଇ ଘରର ସମସ୍ତ ଜିନିଷ ପତ୍ର ପୋଡି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ ଦମକଳ ଆସି ନିଆଁକୁ ଆୟତ୍ତ କରିଛି । ତେବେ ଏହି ଅଗ୍ନିକାଣ୍ଡରେ ୩୨ ଜଣ ଅନ୍ତେବାସୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛି ।

Leave a Reply

Your email address will not be published.