ଭାରତରେ ଲକଡାଉନ ବିଫଳ ହୋଇଛି : ରାହୁଲ ଗାନ୍ଧୀ

ଭୁବନେଶ୍ଵର, (ଓଡିଶା ଟାଇମ୍) : ମେ ୩୧ରେ ସରୁଛି ଦେଶବ୍ୟାପୀ ଜାରି ରହିଥିବା ଚତୁର୍ଥ ପର୍ୟ୍ୟାୟ ଲକ୍‌ଡାଉନ ଅବଧି । ଏହା ପୂର୍ବରୁ ଆଜି ଏ ସମ୍ପର୍କିତ ଅନେକ ପ୍ରସଙ୍ଗ ଉପର ପ୍ରଶ୍ନ ଉଠାଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ‘ଆମେ କରୋନା ସହ ୨୧ ଦିନର ସଂଗ୍ରାମ କରିବାକୁ ଯାଉଛନ୍ତି । ଆଜିକୁ ୬୦ ଦିନ ହୋଇସାରିଲାଣି । କିନ୍ତୁ ଦେଶରେ ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି । ଦେଶରେ କରୋନା ସଂକ୍ରମଣ ବଢିବା ସମୟରେ ଲକଡାଉନ କୋହଳ କରାଯାଉଛି । ଅର୍ଥାତ ଏହା ସ୍ପଷ୍ଟ ହୋଇଛି ଯେ ଲକଡାଉନ ନିୟମ ବିଫଳ ହୋଇଛି । ନରେନ୍ଦ୍ର ମୋଦିଙ୍କ ଯେଉଁ ଲକ୍ଷ୍ୟ ଥିଲା ତାହା ପୁରା ହେଲାନାହିଁ ।

ଦେଶରେ ବର୍ତ୍ତମନ କରୋନା ଭାଇରସ୍‌ର ଲକ୍ଷଣ ଧୀରେ ଧୀରେ ବଢ଼ିବାରେ ଲାଗିଛି । ୨୪ ଘଣ୍ଟାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୫୩୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୪,୧୬୭ରେ ପହଞ୍ଚିଛି । ଏଥି ସହିତ କଂଗ୍ରେସ ଶାସନାଧୀନ ରାଜ୍ୟଗୁଡ଼ିକରେ ଦଳ କିପରି ଗରିବଙ୍କ ସହାୟତା କରୁଛି ସେ ନେଇ ମଧ୍ୟ ମତ ରଖିଛନ୍ତି ରାହୁଲ୍ । ସେ କହିଛନ୍ତି ଦେଶର କେତେକ ରାଜ୍ୟରେ କଂଗ୍ରେସ ସରକାର ରହିଛି । ଏହି ବିପଦ ସମୟରେ ଗରିବ ଶ୍ରେଣୀର ଲୋକ କିଭଳି ତିଷ୍ଟି ରହିବା ସେଥିପାଇଁ ସେମାନଙ୍କ ଖାତାକୁ ସିଧାସଳଖ ଟଙ୍କା ପଠାଉଛନ୍ତି । କିନ୍ତୁ କେତେବେଳ ଯାଏଁ ରାଜ୍ୟ ଏକାକୀ ଯୁଦ୍ଧ କରିବ। କେନ୍ଦ୍ର ସରକାରଙ୍କୁ ଆଗକୁ ଆସି ରଣନୀତି ବିଷୟରେ ଦେଶ ସହ କଥା ହେବାକୁ ପଡ଼ିବ ।

Leave a Reply

Your email address will not be published. Required fields are marked *