ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀକୁ ଅନୁମତି

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ଶୀତଳ ଷଷ୍ଠୀ ଶିବ ପାର୍ବତୀ ବିବାହ ପାଇଁ ମିଳିଛି ପ୍ରଶାସନିକ ଅନୁମତି । ବିଏମସି କମିଶନଙ୍କ ପକ୍ଷରୁ ମିଳିଛି ଅନୁମତି । ତେବେ ଏଥିପାଇଁ କେତେକ କଟକଣା ମଧ୍ୟ ରଖିଛି ବିଏମସି । ବିନା ଶୋଭାଯାତ୍ରା ଓ ସାଜସଜ୍ଜାରେ ଏହି ଦେବନୀତି ଅନୁଷ୍ଠିତ ହେବ । ସାମାଜିକ ଦୂରତା ରହିବା ସହିତ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି । କେବଳ ନୀତି ଦାୟିତ୍ୱରେ ଥିବା ସେବାୟତମାନେ ସାମିଲ ହେବେ । ସେମାନଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇ ଭିତରକୁ ଛଡ଼ାଯିବ । ଥଣ୍ଡା ଓ କାଶ ପରି ଲକ୍ଷଣ ଥିଲେ ସେମାନଙ୍କୁ ଅନୁମତି ମିଳିବନି । ୭ଜଣ ସେବାୟତରେ ଏହି ନୀତି ସମ୍ପନ୍ନ କରାଯିବ । ମନ୍ଦିର ପ୍ରଶାସନ, ବିଏମସି ଏବଂ ବିଭିନ୍ନ ନିଯୋଗର ସଦସ୍ୟଙ୍କ ଉପସ୍ଥିତିରେ ଆୟୋଜିତ ବୈଠକରେ ଏହି ନିଷ୍ପତି ନିଆଯାଇଛି ।

Leave a Reply

Your email address will not be published.