ଦିଲ୍ଲୀ ଏୟାରପୋର୍ଟରୁ ୮୨ ବିମାନ ବାତିଲ୍, ଯାତ୍ରୀ ନିରାଶ

ଭୁବନେଶ୍ବର, (ଓଡିଶା ଟାଇମ୍) :ଦେଶରେ ଆଜିଠାରୁ ଘରୋଇ ବିମାନ ଉଡାଣ ଆରମ୍ଭ ହୋଇଛି । କିନ୍ତୁ କିଛି ଯାତ୍ରୀଙ୍କୁ ପ୍ରଥମ ଦିନରେ ହିଁ ନିରାଶ ହେବାକୁ ପଡିଛି । ମଧ୍ୟରାତ୍ରିରେ ବହୁ ଯାତ୍ରୀ ବିମାନବନ୍ଦରରେ ପହଞ୍ଚିଥିଲେ ବି ଶେଷ ସମୟରେ ଉଡାଣ ବାତିଲ ହୋଇଛି ବୋଲି ସେମାନଙ୍କୁ ସୂଚନା ମିଳିଛି । ଦିଲ୍ଲୀରୁ କୋଲକାତା, ହାଇଦ୍ରାବାଦ, ମୁମ୍ବାଇ, ଇନ୍ଦୋରର ସକାଳ ଫ୍ଲାଇଟ୍ ବାତିଲ ହୋଇଛି । ଏହାକୁ ନେଇ ଦିଲ୍ଲୀ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ସେମାନଙ୍କୁ ଆଗୁଆ ସୂଚନା ଦିଆଯାଇ ନ ଥିବା ଯାତ୍ରୀମାନେ କହିଥିଲେ । ଦିଲ୍ଲୀରୁ ୧୯୦ ବିମାନ ଉଡ଼ାଣ କରିବା ସହିତ ୧୯୦ ବିମାନ ଲ୍ୟାଣ୍ଡ କରିବା ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଅନୁମାନ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ୧୧୮ ବିମାନ ଲ୍ୟାଣ୍ଡ କରିବା ସହିତ ୧୨୫ ବିମାନ ଉଡ଼ାଣ କରିବ ବୋଲି ସୂଚନା ଦିଆଯାଇଛି । ୮୨ ବିମାନକୁ ରଦ୍ଦ କରି ଦିଆଯାଇଥିବା କୁହାଯାଇଛି । ଅଧିକ ବିମାନ ଉଡ଼ାଣ ନେଇ ବିଭିନ୍ନ ରାଜ୍ୟରୁ ଅନୁମତି ନ ଥିବା କାରଣରୁ ଉଡ଼ାଣ ବାତିଲ ହୋଇଥିବା କୁହାଯାଉଛି ।

Leave a Reply

Your email address will not be published.