ଆସନ୍ତାକାଲିଠୁ କଟକରେ ଅନଲାଇନରେ ବିକ୍ରି ହେବ ମଦ

ଭୁବନେଶ୍ବର, (ଓଡିଶା ଟାଇମ୍): ଆସନ୍ତାକାଲିଠାରୁ କଟକରେ ଅନଲାଇନରେ ମଦ ବିକ୍ରି ପାଇଁ ସଂଘ ଶେଷରେ ରାଜି ହୋଇଛି। କିନ୍ତୁ ଜୋମାଟୋ କିମ୍ବା ସ୍ୱିଗି ନୁହଁ, ବରଂ ଦୋକାନୀଙ୍କ ଦ୍ୱାରା ନିଯୁକ୍ତ ବ୍ୟକ୍ତି ହିଁ ଗ୍ରାହକଙ୍କୁ ମଦ ଡେଲିଭରି ଦେବେ ବୋଲି ସଂଘ ନିଷ୍ପତ୍ତି ନେଇଛି। ସୂଚନାନୁଯାୟୀ, ରାଜ୍ୟ ସରକାର ଶନିବାର ମଦର ହୋମ ଡେଲିଭରୀ ଓ ଅନଲାଇନ୍ ମଦ ବିକ୍ରିକୁ ଅନୁମତି ଦେଇଥିଲେ । ତେବେ ଆଜି କୌଣସି ସ୍ଥାନରେ ଅନଲାଇନରେ ମଦ ବିକ୍ରି ହୋଇପାରି ନଥିଲା । କାରଣ ବ୍ୟବସାୟୀମାନେ ବିଭିନ୍ନ ଦାବି ନେଇ ଅଡି ବସିଥିଲେ । ତେବେ ଆଲୋଚନା ପରେ କଟକ ମଦ ବ୍ୟବବସାୟୀ ସଙ୍ଘ ଅନଲାଇନ୍ ମଦ ବିକ୍ରି କରିବାକୁ ରାଜି ହୋଇଛି । ଗ୍ରାହକ ସକାଳ୭ରୁ ଦିନ ୧ଟା ଯାଏଁ ଅର୍ଡର କରିପାରିବେ l ହ୍ୱାଟସଆପ୍, ମୋବାଇଲ ନମ୍ବର ଓ କଲ୍ ମାଧ୍ୟମରେ ଅର୍ଡର କରିହେବ । ମଦ କାଉଣ୍ଟରର କର୍ମଚାରୀ ହୋମ ଡେଲିଭରୀ କରିବେ । ଦିନ ୧ ଟା ରୁ ସନ୍ଧ୍ୟା ୬ଟା ଯାଏଁ ଗ୍ରାହକଙ୍କୁ ମଦ ମିଳିବ ।

ସେପଟେ ଖୋର୍ଦ୍ଧା ସଂଘର ଦାବି ସରକାର ସେମାନଙ୍କୁ ବୈଷୟିକ ଭିତ୍ତିଭୂମି ଓ କାଉଣ୍ଟରରେ ସୁରକ୍ଷା ଦିଅନ୍ତୁ। ସ୍ୱିଗି ଓ ଜମାଟୋ ଭଳି ସଂସ୍ଥାଙ୍କ ମାଧ୍ୟମରେ ବିକ୍ରିକୁ ବି ବିରୋଧ କରିଛି ଖୋର୍ଦ୍ଧା ସଂଘ। ଅନଲାଇନରେ ମଦ ବିକ୍ରି ପାଇଁ ସରକାର ନିଜ ୱେବସାଇଟରେ ୧୦୭୮ଟି ଅଫ୍-ସପ୍ ଓ ୪୭୧ ଅନ୍-ସପ୍ ଦୋକାନୀଙ୍କ ମୋବାଇଲ ନମ୍ବର ଓ ଇମେଲ୍ ଆଇଡି ସହ ସଂପୂର୍ଣ ତଥ୍ୟ ଦେଇଛନ୍ତି। ଜିଲ୍ଲା ଅବକାରୀ ଅଧୀକ୍ଷକ ଓ ମଦ ବ୍ୟବସାୟୀ ସଙ୍ଘ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Leave a Reply

Your email address will not be published.