ରାଜ୍ୟରେ ଆଉ ୨ କୋରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,(ଓଡିଶା ଟାଇମ୍) :ରାଜ୍ୟରେ ଆଉ ୨ କୋରୋନା ଆକ୍ରାନ୍ତ ଚିହ୍ନଟ l ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ୧୧୯୭ ରେ ପହଁଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା l ଏହି ୨ ଆକ୍ରାନ୍ତ ଝାରସୁଗୁଡ଼ା ଜିଲ୍ଲାରୁ ଚିହ୍ନଟ ହୋଇଥିବା ସୂଚନା । ଏନେଇ ଟ୍ୱିଟ୍ କରି ଜିଲ୍ଲାପାଳ ସରୋଜ କୁମାର ସାମଲ ସୂଚନା ଦେଇଛନ୍ତି। ଚିହ୍ନଟ ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ବର୍ଷକର ଶିଶୁ ଥିବାବେଳେ ଅନ୍ୟ ଜଣେ ୪୦ ବର୍ଷୀୟ ବ୍ୟକ୍ତି ଥିବା ସୂଚନା ମିଳିଛି lମଙ୍ଗଳ ବଜାରରେ ଥିବା ଏକ ପରିବାରର ବର୍ଷକର ଶିଶୁ କନ୍ୟା କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଗତକାଲି ଉକ୍ତ ପରିବାରରୁ ଜଣେ ୫ ବର୍ଷର ଶିଶୁପୁତ୍ର କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିଲା। ସୂଚନାଥାଉ କି, ସମ୍ପୃକ୍ତ ପରିବାରର ସଦସ୍ୟମାନେ ବାହାର ରାଜ୍ୟରୁ ଫେରି କ୍ୱାରେଣ୍ଟିନ୍ରେ ଥିଲେ।ସେହିପରି ଚିହ୍ନଟ ୪୦ବର୍ଷୀୟ ବ୍ୟକ୍ତିଙ୍କ ଘର ବ୍ରଜରାଜନଗରରେ। ସେ ମହାରାଷ୍ଟ୍ରରୁ ଫେରି କ୍ୱାରେଣ୍ଟିନ୍ରେ ଥିଲେ ସୂଚନାମୁତାବକ, ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧୯୭କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ୭୪୮ ଜଣ ଚିକିତ୍ସାଧୀନ ଥିବାବେଳେ ୪୩୬ ଜଣ ସୁସ୍ଥ ହୋଇଛନ୍ତି। ତେବେ ୭ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।