ଜିଓ ପ୍ଲାଟଫର୍ମ୍ସରେ ୧୧ ହଜାର ୩୬୭ କୋଟି ଟଙ୍କା ନିବେଶ କରିବ କେକେଆର୍
ଭୁବନେଶ୍ୱର, (ଓଡ଼ିଶା ଟାଇମ୍): ଅନ୍ୟତକ ଅନ୍ତରାଷ୍ଟ୍ରୀୟ ନିବେଶକାରୀ ସଂସ୍ଥା କେକେଆର୍ ପକ୍ଷରୁ ଜିଓ ପ୍ଲାଟଫର୍ମସରେ ୧୧,୩୬୭ କୋଟି ଟଙ୍କା ପୁଞ୍ଜିନିବେଶ ହେବ । ଜିଓ ପ୍ଲାଟଫର୍ମସର ମୋଟ ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଏବଂ ଔଦ୍ୟୋଗିକ ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କା ଆକଳନ ହିସାବରେ କେକେଆର୍ର ଏହି ନିବେଶ ଜିଓ ପ୍ଲାଟଫର୍ମସ୍ରେ ପୂର୍ଣ୍ଣ ଭିତ୍ତିରେ ବିଘଟିତ ହୋଇପାରୁଥିବା ୨.୩୨ ପ୍ରତିଶତ ଅଂଶଧନରେ ରୂପାନ୍ତରିତ ହେବ । ଏହା ହେଉଛି ଏସିଆରେ କେକେଆର୍ର ସର୍ବବୃହତ ପୁଞ୍ଜିନିବେଶ । ଗତ ଏକମାସ ମଧ୍ୟରେ ଫେସବୁକ୍, ସିଲଭର ଲେକ୍, ଭିସ୍ତା ଇକ୍ୱିଟି ପାର୍ଟନର୍ସ, ଜେନେରାଲ୍ ଆଟଲାଂଟିକ୍ ଏବଂ କେକେଆର୍ ଭଳି ନିବେଶକାରୀମାନେ ଜିଓ ପ୍ଲାଟଫର୍ମରେ ୭୮,୫୬୨ କୋଟି ଟଙ୍କାର ପୁଞ୍ଜି ନିବେଶ ଘୋଷଣା କରିଛନ୍ତି ।
ଏହି ସହଭାଗିତା ସମ୍ପର୍କରେ ରିଲାଏନ୍ସ ଇଣ୍ଡଷ୍ଟ୍ରିିଜର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କହିଛନ୍ତି, “ପ୍ରତ୍ୟେକ ଭାରତୀୟଙ୍କୁ ସୁବିଧା ପହଞ୍ଚାଇବା ଲକ୍ଷ୍ୟରେ ଭାରତର ଡିଜିଟାଲ ଇକୋସିଷ୍ଟମର ଅଭିବୃଦ୍ଧି ତଥା ପୁନର୍ବିନ୍ୟାସ ଦିଗରେ ଆମର ଯାତ୍ରାରେ କେକେଆର ଭଳି ବିଶ୍ୱର ଅନ୍ୟତମ ଅଗ୍ରଣୀ ଓ ସମ୍ମାନସ୍ପଦ ଆର୍ଥିକ ନିବେଶକାରୀ କେକେଆର୍କୁ ଅଂଶୀଦାର ଭାବେ ସ୍ୱାଗତ କରି ମୁଁ ଆନନ୍ଦିତ ।
କେକେଆରର ସହ-ପ୍ରତିଷ୍ଠାତା ତଥା ସହ-ସିଇଓ ହେନେରୀ କ୍ରାଭିସ୍ କହିଛନ୍ତି, ଆମେ ଜିଓ ପ୍ଲାଟଫର୍ମର ଉତ୍ସାହଜନକ ଓ ପ୍ରଭାବଶୀଳ ଗତି, ବିଶ୍ୱସ୍ତରୀୟ ନବସୃଜନ ଏବଂ ଦୃଢୃ ନେତୃତ୍ୱ ଟିମ୍କୁ ଦୃଷ୍ଟିରେ ରଖି ନିବେଶ କରୁଛୁ ଏବଂ ଏହି ଗୁରୁତ୍ୱପୂର୍ଣ୍ଣ ନିବେଶକୁ ଭାରତ ଏବଂ ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀଗୁଡିକୁ ସମର୍ଥନ କରିବା ନେଇ କେକେଆର୍ର ପ୍ରତିବଦ୍ଧତାର ପରିଚାୟକ ଭାବରେ ଆମେ ଦେଖୁଛୁ ।