ଅମ୍ଫନ କ୍ଷୟକ୍ଷତି : ପଶ୍ଚିମବଙ୍ଗକୁ ୧ ହଜାର କୋଟିର ସହାୟତା କଲେ ପ୍ରଧାନମନ୍ତ୍ରୀ
ଓଡ଼ିଶା ପାଇଁ ୫୦ ହଜାର କୋଟି ଅଗ୍କୋରୀମ ସହାୟତା ଘୋଷଣା
କୋଲକାତା.(ଓଡିଶା ଟାଇମ୍): ବାତ୍ୟା ଅମ୍ଫନ ଦ୍ୱାରା କ୍ଷତିଗ୍ରସ୍ତ ପଶ୍ଚିମବଙ୍ଗୋ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧ ହଜାର କୋଟିର ଅଗ୍ରୀମ ସହାୟତା ଘୋଷଣା କରିଛନ୍ତି । ଆଜି ପଶ୍ଚିମବଙ୍ଗ ଗସ୍ତରେ ଯାଇ ଆକାଶ ମାର୍ଗରୁ ବାତ୍ୟା ଅଞ୍ଚଳ ପରିଦର୍ଶନ କରିବା ପରେ ଏନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । କ୍ଷୟକ୍ଷତି ଆକଳନ ଓ ସମୀକ୍ଷା ପରେ ଏହି ଅଗ୍ରୀମ ଅର୍ଥ ରାଶି ଘୋଷଣା ହୋଇଛି।
ଏହାସହ ଅମ୍ଫନ ଯୋଗୁ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରାଯାଇଛି ।ଓଡ଼ିଶା ପାଇଁ ୫୦ ହଜାର କୋଟି ଅଗ୍କୋରୀମ ସହାୟତା ଘୋଷଣା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗ ଗସ୍ତ କରି ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବାବୁଲ ସୁପ୍ରିୟୋ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ଦେବଶ୍ରୀ ଚୌଧୁରୀ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆକାଶ ମାର୍ଗରୁ ସ୍ଥିତି ନିରୀକ୍ଷଣ କରିଛନ୍ତି ।
ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ଏକ ବୈଠକରେ ମୁଖ୍ୟମନ୍ତ୍ରୀ ମମତାଙ୍କ ସହିତ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ଓ ରାଜ୍ୟ ପୁନରୁଦ୍ଧାର କାର୍ୟ୍ୟ ପାଇଁ ପଶ୍ଚିମବଙ୍ଗ ସରକାରକୁ ୧ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି । ରାଜ୍ୟ ପକ୍ଷରୁ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରାଯିବା ପରେ ଅଧିକ ସହାୟତା ପ୍ରଦାନ କରାଯିବ ବୋଲି ମୋଦି କହିଛନ୍ତି।
ଏହା ସହିତ ବାତ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ପ୍ରଦାନ କରାଯିବ ବୋଲି ମୋଦି ଘୋଷଣା କରିଛନ୍ତି ।