ଜୁନ୍-୨ରୁ ବ୍ୟାପକ ହେବ ଟ୍ରେନ୍ ଚଳାଚଳ: ୨୩୦ ଟ୍ରେନ୍ ପାଇଁ ଟିକଟ ବୁକିଂ ଆରମ୍ଭ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ପୂର୍ବ ଘୋଷିତ ୧୫ ହଳ ସ୍ଵତନ୍ତ୍ର ଏସି ଟ୍ରେନ୍କୁ ମିଶାଇ ୨୩୦ ଟ୍ରେନ୍ ପାଇଁ ଆରମ୍ଭ ହୋଇଛି ଟିକଟ୍ ବୁକିଂ। ରାଜ୍ୟର ପ୍ରମୁଖ ରେଳ ଷ୍ଟେସନ୍ରେ ଥିବା କାଉଣ୍ଟରକୁଡ଼ିକରେ ଏହି ସେବା ଉପଲବ୍ଧ ହୋଇଛି। ଭୁବନେଶ୍ଵର, କଟକ, ପୁରୀ, କୋରାପୁଟ, କେସିଙ୍ଗା, ମୁନିଗୁଡ଼ା, ବରପାଲି, ସମ୍ବଲପୁର ରୋଡ, ସମ୍ବଲପୁର, ରେଢ଼ାଖୋଲ, ଖରିଆର, ଟିଟିଲାଗଡ଼, ଖୋର୍ଦ୍ଧାରେଡ୍, ଡୁଙ୍ଗୁରିପାଲି, ଭଦ୍ରକ, ଚିଲିକା, ବ୍ରହ୍ମପୁର, ଯାଜପୁର କେନ୍ଦୁଝର ରୋଡ, ତାଳଚେର, ଢେଙ୍କାନାଳ ଭଳି ଷ୍ଟେସନ୍ରେ ବୁକିଂ କାଉଣ୍ଟର ଖୋଲା ରହିଛି। ସକାଳ ୮ଟାରୁ ଏହି କାଉଣ୍ଟର ଖୋଲା ଥିଲେ ମଧ୍ୟ ଲୋକଙ୍କ ଗହଳି କମ୍ ପରିଲକ୍ଷିତ ହୋଇଛି।
ରେଳ ବିଭାଗର ଘୋଷଣା ଅନୁସାରେ ରାଜ୍ୟରୁ କୋଣାର୍କ ଏକ୍ସପ୍ରେସ, ଭୁବନେଶ୍ୱର-ହାଓ୍ବଡା ଜନ ଶତାବ୍ଦୀ, ପୁରୁଷୋତ୍ତମ ଏକ୍ସପ୍ରେସ, ପୁରୀରୁ ସିଲଡା ପର୍ଯ୍ୟନ୍ତ ଦୁରନ୍ତୋ ଏବଂ ବିଶାଖାପାଟଣାରୁ ନୂଆଦିଲ୍ଲୀ- ଏପି ଏକ୍ସପ୍ରେସ ଜୁନ ୨ ତାରିଖରୁ ଚଳାଚଳ କରିବ।