ଦିନ ୧୨ରୁ ୨ଟା ଭିତରେ ଓଡିଶା ଅତିକ୍ରମ କରିବ ଅମ୍ପନ
ଭୁବନେଶ୍ବର, (ଓଡ଼ିଶା ଟାଇମ୍) : ଆଜି ଅପରାହ୍ନରୁ ସନ୍ଧ୍ୟା ଭିତରେ ବାତ୍ୟା ଅମ୍ପନ ଲ୍ୟାଣ୍ଡଫଲ କରିବ। ଅମ୍ପନ ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୬୦ ରୁ ୧୮୫ କିଲୋମିଟର ରହିବ। କିନ୍ତୁ ବର୍ତ୍ତମାନ ଠାରୁ ହିଁ ପାରାଦୀପରେ ଘଣ୍ଟା ପ୍ରତି ୬୦ କିଲୋମିଟର ବେଗରେ ପବନ ବୋହିବା ସହ ବର୍ଷା ଆରମ୍ଭ ହୋଇସାରିଛି। ଦିନ ୧୨ଟାରୁ ୨ଟା ଯାଏ ଏମିତି ପରିସ୍ଥିତି ଲାଗି ରହିବ। ଏହାପରେ ବାତ୍ୟା ଓଡ଼ିଶା ଉପକୂଳରୁ ପଶ୍ଚିମବଙ୍ଗ ଉପକୂଳକୁ ଗତି କରିବ। ଓଡ଼ିଶା ଉପକୂଳ ପାର କରିବା ପରେ ଏଠାରେ ବଷ;ା ଓ ପବନ କମିବା ସମ୍ଭାବନା ରହିଛି।
ରାଜ୍ୟରେ ବର୍ତ୍ତମାନ ପବନ ସହ ବର୍ଷା ଲାଗି ରହିଛି l ବର୍ତ୍ତମାନ ବାତ୍ୟା ଅମ୍ଫନ୍ ପାରାଦୀପ ଠାରୁ ୨୫୦ କିମି ଦୂରରେ ରହିଛି। ଅନ୍ୟପଟେ ଦୀଘା ଠାରୁ ଏହି ବାତ୍ୟା ୩୯୦ କିମି ଦୂରରେ ରହିଛି। ସେହିପରି ସମୁଦ୍ର ଭିତରେ ଏହି ବାତ୍ୟାର ବେଗ ଘଣ୍ଟା ପ୍ରତି ୨୦ କିଲୋମିଟର ରହିଛି। ସୂଚନା ଅନୁଯାୟୀ ମୋଟ ୧୬୨୦ଟି ଆଶ୍ରୟସ୍ଥଳୀର ବ୍ୟବସ୍ଥା କରାଯାଇଛି। ଯେଉଁଠାରେ କଟକ, ଗଜପତି, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, କେନ୍ଦୁଝର, ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ, ଏବଂ ପୁରୀ ଜିଲ୍ଲାର ପ୍ରାୟ ଛଅ ହଜାର ୪୭୬ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇସାରିଲାଣି l
ଆଜି ସଂଧ୍ୟାରେ ଅମ୍ଫନ ସୁନ୍ଦରବନ ନିକଟରେ ଲ୍ୟାଣ୍ଡଫଲ କରିପାରେ ବୋଲି ସୁୁଚନା ରହିଛି l ପବନର ବେଗ ୧୭୦ ରୁ ୧୮୦ କିମି ହେବା ନେଇ ପୂର୍ବାନୁମାନ କରାଯାଇଛି ।